ଭଦ୍ରକ: ଶିବରାତ୍ରୀରେ ଭଦ୍ରକର ଆରଡ଼ି ପୀଠ ପାଇଁ ଆସିଲା ଖୁସି ଖବର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି । ବାବା ଆଖଣ୍ଡଳମଣିଙ୍କ ପୀଠରେ ପରିକ୍ରମା ପ୍ରକଳ୍ପ ପାଇଁ ୧୦ କୋଟିର ସହାୟତା ରାଶି ଘୋଷଣା କରାଯାଇଛି । ପବିତ୍ର ଜାଗରରେ ଆଖଣ୍ଡଳମଣୀ ପୀଠକୁ ଆସି ପୂଜାର୍ଚ୍ଚନା କରିବା ପରେ ଏହି ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ତାଙ୍କ ସହ ସାଥିରେ ପର୍ଯ୍ୟଟନ ଓ ସଂସ୍କୃତି ମଧ୍ୟ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।
ପୀଠର ଉନ୍ନତିକରଣ ପାଇଁ ୧୦ କୋଟି ଟଙ୍କା ଘୋଷଣା ହୋଇଛି । ପରିକ୍ରମା ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।