ଆଠଗଡ଼ରେ କଏଦୀ ମୃତ୍ୟୁକୁ ନେଇ ରାସ୍ତାରୋକ । ଆଦର୍ଶ କାରାଗାରରେ ବିଚାରଧୀନ କଏଦୀର ମୃତ୍ୟୁ ଘଟିଛି । ମୃତକ ଟିଗିରିଆ ଥାନା ପଙ୍କାଳ ଗାଁର ବାସିନ୍ଦା । ତେବେ ୨୦୨୪ରୁ ଏକ ମାମଲାରେ ଗିରଫ ହୋଇ ବିଚାରଧୀନ କଏଦୀ ଭାବେ ଜେଲରେ ଥିଲେ ।
ଏବେ ହଠାତ୍ ତାଙ୍କ ମୃତ୍ୟୁ ଖବର ମିଳିଛି । ତେବେ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ହତ୍ୟା ଅଭିଯୋଗରେ ପରିବାର ଓ ଗ୍ରାମାବାସୀ ରାସ୍ତାରୋକ କରିଛନ୍ତି । ଟ୍ୟାୟାର ଜାଳି ରାସ୍ତା ଅବରୋଧ କରିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।