୨୮ରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କୁ ନେଇ ପୁରୀରେ ଆୟୋଜିତ ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଯୋଗ ଦେବେ ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଏନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି ।
ତେବେ ଆସନ୍ତା ୨୮ରେ ପୁରୀରେ ଆୟୋଜିତ ହେବ ଜାତୀୟ ସ୍ଵାସ୍ଥ୍ୟ ମିଶନ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ସ୍ଵାସ୍ଥ୍ୟ ସଚିବ ମାନେ ଯୋଗ ଦେବେ । ଏହି କ୍ରମରେ ଜେପି ନଡ୍ଡା ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ରାଜ୍ୟର ସ୍ଵାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିବେ ।