ବୈାଦ୍ଧ ; ବୈାଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧୂଙ୍ଗିଆମୁଣ୍ଡା ଗାଁରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ସର୍ଟ ସର୍କିଟ ଯୋଗୁଁ ଗାଁର ହରିହର ବେହେରାଙ୍କ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ହରିହର ଓ ତାଙ୍କ ପରିବାର ଲୋକେ ଖାଇ ପିଇ ଶୋଇଥିବା ବେଳେ ହଠାତ ତାଙ୍କ ଘରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଅନେକ ଆସବାବପତ୍ର , ବର୍ଷକ ପାଇଁ ଅମଳ ହୋଇଥିବା ଧାନ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି । କିନ୍ତୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।