ପୁରୀ : ଲୋକନାଥ ମନ୍ଦିରରେ ସାଧାରଣ ଭକ୍ତମାନଙ୍କୁ ଠେଲାପେଲା କଲେ ବାଉନ୍ସର । ଏନେଇ ଅଭିଯୋଗ ଆସିବା ପରେ ପୋଲିସ ଅଧିକାରୀ ସେମାନଙ୍କୁ ଡାକି ପଚରାଉଚରା କରିଛନ୍ତି। ପୋଲିସ୍ ର ଜାଣତରେ ନା ଅଜାଣତରେ ଏମାନେ ଏଠାରେ ମୁତୟନ ହୋଇଥିଲେ ତାହାର ତଦନ୍ତ ଆରମ୍ଭ ହୋଇଛି।
ଆଜି ପବିତ୍ର ମହାଶିବରାତ୍ରି ଅବସରରେ ପୁରୀ ଶ୍ରୀଲୋକନାଥ ଦେବଙ୍କ ପୀଠରେ ପ୍ରବଳ ଭିଡ ଦେଖାଦେଇଛି ହେଲେ ଏହା ଭିତରେ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଚଳିତ ବର୍ଷ କିନ୍ତୁ ଲୋକନାଥ ଦେବଙ୍କ ମନ୍ଦିର ପରିସର ଭିତରେ ସୁରକ୍ଷା ପାଇଁ ବାଉନ୍ସର ନିଯୁକ୍ତି ହୋଇଥିବା ପରିଲକ୍ଷିତ ହୋଇଛି।ଯାହାର ଭିଡିଓ ଭାଇରାଲ ହୋଇଛି। ଲୋକନାଥ ମନ୍ଦିରରେ ବବାଉନ୍ସରମାନେ ସାଧାରଣ ଭକ୍ତମାନଙ୍କୁ ଠେଲାପେଲା କରିବା ଅଭିଯୋଗ ଆସିଥିବା ପରେ ପୋଲିସ ଅଧିକାରୀ ସେମାନଙ୍କୁ ଡାକି ପଚରାଉଚରା କରିଛନ୍ତି।
ତେବେ ପୋଲିସ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବାଉନ୍ସର କିପରି ନିଯୁକ୍ତି ହୋଇ କାର୍ଯ୍ୟ କଲେ ତାକୁ ନେଇ ପ୍ରଶ୍ନ ଉଠିବା ସହ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।