ଝାରସୁଗୁଡା : ଜଳିଗଲା ୧୫ହଜାରରୁ ଅଧିକ ଗଛ । ଏପରି ଗୋଟିଏ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ସହର ନିକଟସ୍ଥ ମାଳିମୁଣ୍ତାରେ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ । କେହି ଜଣେ ଦୃବୁର୍ତ୍ତ ନିଆଁ ଲଗାଇଦେଇଥିବା ଅନୁମାନ କରୁଛି ବନବିଭାଗ । ଇକୋ ପାର୍କରେ ୨୦୧୭ରୁ ୨୦୨୧ ମଧ୍ୟରେ ଲାଗିଥିଲା ଏହି ୧୫ ହଜାର ଗଛ । ପରବର୍ତ୍ତୀ ସମୟରେ ଏହିଭଳି ପାଖାପାଖି ଆଉ ୭ ହଜାର ଗଛ ଲଗାଇ ଥିଲା ବନ ବିଭାଗ।
ଗତ ସପ୍ତାହକ ମଧ୍ୟରେ ୩ ଥର ନିଆଁ ଲାଗି ପ୍ରାୟ ୧୫ହଜାର ଗଛ ପୋଡି ନଷ୍ଟ ହୋଇଛି।ଏଥିରେ ବଡ଼ ବଡ଼ ଆମ୍ବ, ଲିମ୍ବ, ଶିଶୁ, ଶାଗୁଆନ ଭଳି ଗଛ ପୋଡି ଯାଇଥିଲା ବେଳେ ହଜାର ହଜାର ଗଛର ପତ୍ର ଓ ଡାଳ ପୋଡି ଯାଇଥିଲା।ଫଳରେ ଏହି ଗଛ ବଞ୍ଚିବା ଆଶା ମଧ୍ୟ କ୍ଷୀଣ।ଏହାକୁ ନେଇ ଗଛ ଜଗିବା ଦାୟିତ୍ୱରେ ଥିବା କର୍ମଚାରୀ ପ୍ରତିକ୍ରିୟା ଦେଇ ପରୋକ୍ଷରେ ବନ ବିଭାଗକୁ ଦାୟୀ କରିଛନ୍ତି।