ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟରେ ଜଣେ ଦଶମ ଛାତ୍ରୀ ମାଆ ହେବା ଘଟଣାରେ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ । ଜିଲ୍ଲା ପ୍ରଶାସନର ସୁପାରିସ ଆଧାରରେ ପ୍ରଧାନ ଶିକ୍ଷକ ଅଜିତ କୁମାର ମାଡକାମୀଙ୍କୁ ରାଜ୍ୟ ସରକାର ନିଲମ୍ୱନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଛାତ୍ରୀ ଜଣଙ୍କ ଗତକାଲି (ସୋମବାର) ସକାଳେ ମାଟ୍ରିକ ପରୀକ୍ଷା ଦେବାକୁ ନିର୍ଦ୍ଧାରିତ କେନ୍ଦ୍ରକୁ ଯାଇଥିଲେ । ପରୀକ୍ଷା ଦେଇସାରିବା ପରେ ସହପାଠୀଙ୍କ ସହ ସେ ସ୍କୁଲ ହଷ୍ଟେଲକୁ ଫେରି ଆସିଥିଲେ । ତେବେ ସନ୍ଧ୍ୟା ସମୟରେ ସମ୍ପୃକ୍ତ ଛାତ୍ରୀଙ୍କ ବାପାଙ୍କୁ ହଷ୍ଟେଲ କର୍ତ୍ତୃପକ୍ଷ ଫୋନ କରି ଡକାଇଥିଲେ । ଛାତ୍ରୀଙ୍କ ବାପା-ମା’ ସେଠାରେ ପହଞ୍ଚିବା ପରେ ତାଙ୍କ ଝିଅ ଏକ ଶିଶୁକୁ ଜନ୍ମ ଦେଇଥିବା ଦେଖିବାକୁ ପାଇଥିଲେ ।
ଅଧିକ ପଢନ୍ତୁ:ପ୍ରେମ କରି ଫସିଗଲେ ପୋଲିସ ବାବୁ; ମହିଳା ହୋମଗାର୍ଡଙ୍କୁ ପ୍ରତାରଣା ଦେବା ଅଭିଯୋଗ, ନିଲମ୍ବନ ହେଲେ କୁଜଙ୍ଗର ପୂର୍ବତନ ଆଇଆଇସି
ପରେ ମା’-ଛୁଆକୁ ପରିବାରଲୋକ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ତେବେ ସ୍କୁଲ ଚାରିକାନ୍ଥ ଭିତରେ ଏତେ ବଡ଼ ଘଟଣା କିପରି ଘଟିଲା, ଛାତ୍ରୀ ଜଣକ କିପରି ହେଲେ ଗର୍ଭବତୀ? ସେନେଇ ପ୍ରଶ୍ନବାଚୀ ଉଠିଥିଲା । ଏନେଇ ଛାତ୍ରୀଙ୍କ ବାପା ମା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ।
ସେପଟେ ଏହି ଘଟଣାରେ କାହାର ସମ୍ପୃକ୍ତି ରହିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ। ଛାନବିନ୍ ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ।