ସୁଦାନରେ ଆଜି ଏକ ବଡଧରଣର ବିମାନ ଦୁର୍ଘଟଣା ଘଟିଛି । ସୈନ୍ୟମାନଙ୍କୁ ନେଇ ଯାଉଥିବାର ବିମାନ ଦୁର୍ଘଟଣାର ଶିକାର ହୋଇଛି । ଓମଡୁରମାନ ସହରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଦୁର୍ଘଟଣାଗ୍ରସ୍ତ ବିମାନଟି ଯେଉଁ ସ୍ଥାନରେ ପଡିଛି, ସେଠାରେ ଥିବା ଅନେକ ଘର ନଷ୍ଟ ହୋଇଯାଇଛି । ବିମାନ ପଡିବା ଯୋଗୁଁ ବିସ୍ଫୋରଣ ହୋଇଛି । ଫଳରେ ଆଖପାଖ ଅଞ୍ଚଳର ବିଜୁଳି ଗାଏବ ହୋଇଯାଇଛି ।
ସେନା ଏବଂ ସ୍ୱାସ୍ଥ୍ୟ ଅଧିକାରୀମାନେ ବୁଧବାର (୨୬ ଫେବୃଆରୀ) ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ। ସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଦୁର୍ଘଟଣାରେ ସାମରିକ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଦୁର୍ଘଟଣାର ମୁଖ୍ୟ କାରଣ କ’ଣ ତାହା କୁହାଯାଇ ନାହିଁ।
ଅଧିକ ପଢନ୍ତୁ: ବିମାନବନ୍ଦରରେ ଅବତରଣ କରୁଥିଲା ବିମାନ; ଅଚାନକ ରନୱେ ଉପରକୁ ଆସିଲା ଆଉ ଏକ ଫ୍ଲାଇଟ୍
ସୁଡାନ ସେନା ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସେନାର ଆଣ୍ଟୋନୋଭ ବିମାନ ଓମଡୁରମାନର ଉତ୍ତରରେ ଥିବା ୱାଡି ସୟେଦନା ଏୟାରବେସରୁ ଉଡ଼ାଣ ଭରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ପାଞ୍ଚ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି, ଯେଉଁମାନେ ଚିକିତ୍ସାଧୀନ ଅଛନ୍ତି।