ଫ୍ରାନ୍ସ: ଫ୍ରାନ୍ସରେ ବଡ଼ ବିସ୍ଫୋରଣ । ଫ୍ରାନ୍ସର ମାର୍ସେଲିସ୍ଥିତ ରୁଷୀୟ ଦୂତାବାସରେ ସୋମବାର ଏହି ବିସ୍ଫୋରଣ ଘଟିଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ୩ ବର୍ଷ ପୂରଣ ହୋଇଥିବାବେଳେ ରୁଷକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିବା କୁହାଯାଉଛି। ତେବେ ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ରୁଷ କହିବା ସହିତ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବି କରିଛି।
ଫ୍ରାନ୍ସର ବିଏଫଏମଟିଭିକୁ ଉଦ୍ଧାର କରି ରୁଷୀୟ ନ୍ୟୁଜ୍ ଏଜେନ୍ସି 'ଟାସ୍' ରିପୋର୍ଟ କରିଛି ଯେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି। 'ଟାସ୍' ଏକ ପତ୍ରିକାକୁ ଉଦାହରଣ ଦେଇ କହିଛି ଯେ, ଅଜଣା ବ୍ୟକ୍ତିମାନେ ଦୂତାବାସର ବଗିଚାରେ ଦୁଇଟି ପେଟ୍ରୋଲ ବୋମା ଫିଙ୍ଗିଥିଲେ। ଘଟଣାସ୍ଥଳ ନିକଟରୁ ଏକ ଚୋରି କାର୍ ମଧ୍ୟ ମିଳିଛି। ଏହା ସହିତ ରୁଷ ରାଷ୍ଟ୍ରଦୂତମାନଙ୍କର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ମଧ୍ୟ କହିଛି।
ଅଧିକ ପଢନ୍ତୁ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତି; ୟୁ.ଏସ.ଏ.ଆଇ.ଡିରେ କାମ କରୁଥିବା ୧୬ ଶହ କର୍ମଚାରୀଙ୍କୁ ଚାକିରୀରୁ କଲେ ବିଦା
ଫ୍ରାନ୍ସ ଅଧିକାରୀମାନଙ୍କ ସୂଚନା ଅନୁସାରେ, ରୁଷ ଦୂତାବାସ ବାହାରେ ଏହି ବିସ୍ଫୋରଣ ଘଟିଛି। ଆକ୍ରମଣକାରୀମାନେ ୨ଟି ବୋମା ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିଲେ। ସେଥିରୁ ଗୋଟିଏ ବୋମା ବିସ୍ଫୋରଣ ଘଟିଥିବାବେଳେ ଅନ୍ୟଟି ଫୁଟି ନ ଥିଲା। ଆକ୍ରମଣକାରୀମାନେ ତୁରନ୍ତ ଘଟଣା ପରେ ସେଠାରୁ ଫେରାର ହୋଇଯାଇଥିଲେ। ଏହାର ତଦନ୍ତ ଆରମ୍ଭ ହୋଇଛି। କିନ୍ତୁ କିଏ ଏବଂ କ’ଣ ପାଇଁ ଏହି ବିସ୍ଫୋରଣ ଘଟାଇଛି ତାହା ଏଯାଏ ଜଣାପଡ଼ିନାହିଁ।