ନୁଆଦିଲ୍ଲୀ: ପ୍ରଥମ ଥର ପାଇଁ ଆମେରିକା ଜାତିସଂଘରେ ରୁଷିଆ ବିପକ୍ଷରେ ପାରିତ ହେଉଥିବା ବିଲ ବିପକ୍ଷରେ ଭୋଟ କରିଛି । ଆମେରିକାରେ ନୂତନ ରାଷ୍ଟ୍ରପତି ଭାବେ ଡୋନାଲଡ ଟ୍ରମ୍ପଙ୍କ ନିର୍ବାଚନ ପରେ ଆମେରିକର ବୈଦେଶିକ ନୀତିରେ ବଡ଼ ପରିବର୍ତନ ଦେଖିବାକୁ ମିଳିଛି । ତିନି ବର୍ଷ ତଳେ ଆରମ୍ଭ ହୋଇଥିବା ରୁଷିଆ - ୟୁକ୍ରେନ ଯୁଦ୍ଧ ବିପକ୍ଷରେ ରୁଷିଆର ଆକ୍ରୋଶ ଓ ଯୁଦ୍ଧକୁ ସମାଲୋଚନା କରି ୟୁରୋପୀୟ ଦେଶ ମାନଙ୍କ ଦ୍ୱାରା ଆଗତ ବିଲକୁ ଆମେରିକା ପ୍ରଥମ ଥର ପାଇଁ ପ୍ରତ୍ୟାଖ୍ୟାନ କରିଛି । ଏହି ବିଲରେ ମସ୍କୋର ୟୁକ୍ରେନ ବିପକ୍ଷରେ ଯୁଦ୍ଧକୁ ନିନ୍ଦା କରାଯାଇ ଯୁଦ୍ଧରୁ ଓହରିବା ଓ ରୁଷିଆ ଦ୍ୱାରା ଅଧିକୃତ ୟୁକ୍ରେନର ଅଞ୍ଚଳ ଗୁଡିକୁ ଫେରଇଦେବା ପାଇଁ ନିର୍ଦେଶ ରହିଥିଲା ।
ୟୁରୋପିୟ ଦେଶ ଓ ଆମେରିକା ବ୍ୟତୀତ ଅନ୍ୟ G7 ରାଷ୍ଟ୍ର ଗୁଡିକ ବିଲ୍ ଟିକୁ ସମର୍ଥନ ଦେଇଥିଲେ । ଆମେରିକା, ଇସ୍ରାଏଲ , ଉତ୍ତର କୋରିଆ ସହିତ ୧୪ଟି ଦେଶ ଏହି ବିଲ ବିପକ୍ଷରେ ମତଦାନ କରିଥିବା ବେଳେ ଭାରତ, ଚୀନ, ବ୍ରାଜିଲ୍ ଓ ସଂଯୁକ୍ତ ଆରବ ରାଷ୍ଟ୍ର ପ୍ରଭୃତି ନିରପେକ୍ଷତା ଅବଲମ୍ବନ କରିଥିଲେ ।
ମାତ୍ର ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭାରେ ବିଲ୍ ଟିକୁ ୯୩ଟି ଦେଶର ସମର୍ଥନ ସହିତ ୧୪ଟି ପ୍ରତ୍ୟାଖ୍ୟାନ ଓ ୬୫ଟି ଦେଶ କୌଣସି ପକ୍ଷକୁ ସମର୍ଥନ କରିନଥିଲେ । ଫଳରେ ବିଲଟି ଗୃହୀତ ହୋଇଛି ।