ପାଟନା: ବିହାରରେ ମନ୍ତ୍ରୀମଣ୍ଡଳରେ ପୁନର୍ଗଠନ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିଛନ୍ତି । ବୁଧବାର ଅପରାହ୍ନ ୪ଟାରେ ନୂତନ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବେ । ଏ ନେି ବିଜେପି ରାଜ୍ୟ ସଭାପତି ଦିଲୀପ ଜୟସୱାଲ ସୂଚନା ଦେଇଛନ୍ତି ।
ରାଜଭବନରେ ଶପଥ ସମାରୋହ ଅନୁଷ୍ଠିତ ହେବ । ନୀତିଶଙ୍କ ମନ୍ତ୍ରୀମଣ୍ଡଳରେ ୭ ନୂଆ ଚେହେରାକୁ ଦେଖିବାକୁ ମିଳିବ । ସମସ୍ତେ ବିଜେପି ଏବଂ ଜେଡିୟୁ ଦଳର ହେବେ ବୋଲି ସୂଚନା ରହିଛି । ରାଜପୁତ ଜାତିର ଜନକ ସିଂହ ଏବଂ ରାଜୁ ସିଂହ, ଭୂମିହାର ଜାତିର ଅରୁଣା ଦେବୀ, ଅନିଲ ଶର୍ମା, ଦେବକାନ୍ତ, ଯାଦବ ଜାତିର ନବଲ କିଶୋର ଯାଦବ ଏବଂ ଅତ୍ୟନ୍ତ ପଛୁଆ ଜାତି (EBC)ରୁ ବିଜୟ ମଣ୍ଡଳଙ୍କୁ ଏହି ସୁବର୍ଣ୍ଣ ସୁଯୋଗ ମିଳିଥିବା ସନ୍ଦେହ କରାଯାଉଛି ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜେପି ରାଜ୍ୟ ମୁଖ୍ୟ ଜୟସୱାଲଙ୍କ ବାସଭବନରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଥିବା ଦେଖିବାକୁ ମିଳିଥିଲା। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ନୂତନ ମନ୍ତ୍ରୀମାନଙ୍କ ଚୂଡ଼ାନ୍ତ ତାଲିକାକୁ ଅନୁମୋଦନ କରିଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ଆସନ୍ତା ମାର୍ଚ୍ଚ ୪ ତାରିଖରେ ବିଜେପିର ବୈଠକ ଅନୁଷ୍ଠିତ ହେବ । ସେଥିରେ ଦଳର ନୂତନ ରାଜ୍ୟ ସଭାପତିଙ୍କୁ ଚୟନ କରାଯିବ ବୋଲି ଜୟସୱାଲ ସୂଚନା ଦେଇଛନ୍ତି ।