ପାଟନା: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବିହାରରେ ନୀତିଶ କୁମାରଙ୍କ ମନ୍ତ୍ରୀମଣ୍ଡଳରେ ସମ୍ପ୍ରସାରଣ ହୋଇଛି । ନୀତିଶ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଯୋଡ଼ି ହୋଇଛନ୍ତି ନୂଆ ସଦସ୍ୟ । ବୁଧବାର ଅପରାହ୍ନ ୪ଟାରେ ୭ ଜଣ ବିଧାୟକ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି । ସମସ୍ତ ବିଧାୟକ ବିଜେପି ଦଳର ଅଟନ୍ତି ।
ଯେଉଁ ସଦସ୍ୟମାନେ ଶପଥ ନେଇଛନ୍ତି ସେମାନେ ହେଲେ ସୋହବଗଂଜ ବିଧାୟକ ରାଜୁ ସିଂହ, ଦରଭଙ୍ଗା ବିଧାୟକ ସଞ୍ଜୟ ସରାବଗୀ, ବିହାରଶରୀଫ ବିଧାୟକ ସୁନୀଲ କୁମାର, ଜାଲେ ବିଧାୟକ ଜୀବେଶ ମିଶ୍ରା, ରୀଗାର ବିଧାୟକ ମୋତୀ ଲାଲ ପ୍ରସାଦ, ଅମନୋରର କୃଷ୍ କୁମାର ମଣ୍ଟୁ ଏବଂ ସିକଟୀ ବିଧାୟକ ବିଜୟ ମଣ୍ଡଳଙ୍କୁ ଏହି ସୁବର୍ଣ୍ଣ ସୁଯୋଗ ମିଳିଥିବା ସନ୍ଦେହ କରାଯାଉଛି । ଏହା ସହିତ ନୀତିଶଙ୍କ ମନ୍ତ୍ରୀମଣ୍ଡଳରେ ସଦସ୍ୟ ସଂଖ୍ୟା ୩୬ ଛୁଇଁଛି ।
ଏହା ପୂର୍ବରୁ ବିହାର ରାଜ୍ୟ ବିଜେପି ସଭାପତି ଦୀଲିପ ଜୟସୱାଲ ରାଜସ୍ୱ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଦଳର ଜଣେ ବ୍ୟକ୍ତି ଗୋଟିଏ ପଦର ଦ୍ୱାହି ଦେଇ ଇସ୍ତଫା ଦେଇଛନ୍ତି । ଗତ ଜାନୁୟାରୀ ୧୮ ତାରିଖରେ ତାଙ୍କୁ ବିଜେପିର ରାଜ୍ୟ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଥିଲା ।
ଅନ୍ୟପକ୍ଷରେ ଆସନ୍ତା ମାର୍ଚ୍ଚ ୪ ତାରିଖରେ ବିଜେପିର ବୈଠକ ଅନୁଷ୍ଠିତ ହେବ । ସେଥିରେ ଦଳର ନୂତନ ରାଜ୍ୟ ସଭାପତିଙ୍କୁ ଚୟନ କରାଯିବ ବୋଲି ଜୟସୱାଲ ସୂଚନା ଦେଇଛନ୍ତି ।