ପ୍ରେମ କରି ଫସିଗଲେ ପୋଲିସ ବାବୁ । ମହିଳା ହୋମାଗାର୍ଡଙ୍କୁ ପ୍ରେମ କରି ଫସାଇବା ପରେ ପ୍ରତାରଣା କରିଥିବା ଅଭିଯୋଗ । ଏଥିପାଇଁ କୁଜଙ୍ଗ ଥାନାର ପୂର୍ବତନ ଆଇଆଇସି ତପନ କୁମାର ନାହାକଙ୍କୁ ନିଲମ୍ବନ କରାଯାଇଛି । ପୋଲିସ ଡିଜି ୱାଇ ବି ଖୁରାନିଆ ତାଙ୍କୁ ନିଲମ୍ବନ କରିଛନ୍ତି ।
ଜଗତସିଂପୁର ଜିଲ୍ଲାର ଜଣେ ମହିଳା ହୋମଗାର୍ଡ ପୂର୍ବତନ ଆଇଆଇସି ତପନ କୁମାର ନାହାକଙ୍କ ବିରୋଧରେ ଯୌନ ନିର୍ଯାତନାର ଏକ ଗମ୍ଭୀର ଅଭିଯୋଗ ଆଣିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସରକାରୀ ପଦ ମର୍ଯ୍ୟାଦା କ୍ଷୁର୍ଣ୍ଣ ନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଆଉ ଧରା ଦେଉ ନ ଥିଲେ । ଏନେଇ ମହିଳା ହୋମାଗର୍ଡ ଜଣକ ପ୍ରେମରେ ପ୍ରତାରଣା କରିଥିବା ନେଇ ଅଭିଯୋଗ କରିବା ପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଅଧିକ ପଢନ୍ତୁ: ନାବାଳିକା ଦଶମ ଶ୍ରେଶୀ ଛାତ୍ରୀ ମାଆ ହେବା ଘଟଣା; ନିଲମ୍ବନ ହେଲେ ପ୍ରଧାନଶିକ୍ଷକ
ଅସଦାଚରଣ ଓ ନିଜ ପଦବୀର ଅପବ୍ୟବହାର ନେଇ ତାଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବନ ସମୟରେ ସେ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ।