କୋଣ୍ଣାର୍କ: ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରାମାଡ଼ କଲେ ଯୁବକ । ଗୋପ ଥାନା ଖଣ୍ଡାସାହିରେ ଯୁବକ ଜଣକ ଘରେ ପଶି ମହିଳାଙ୍କୁ ଛୁରାମାଡ କରିଛି । ଗୁରୁତର ମହିଳାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି ।
ଘଟଣା ମୁତାବିକ, କିଛି ଦିନ ଧରି ଖଣ୍ତାସାହି ଗାଁର ବିଜୟ କୁମାର ବେହେରା ନାମକ ଜଣେ ଯୁବକ ସମ୍ପୃକ୍ତ ମହିଳାଙ୍କୁ ହଇରାଣ କରୁଥିଲା । ଆଜି ଭୋର୍ ସମୟରେ ମହିଳା ଜଣଙ୍କ ଘର କାମ କରୁଥିବା ବେଳେ ସଂପୃକ୍ତ ଯୁବକ ଜଣକ ଘର ଭିତରକୁ ପଶି ଆସି ଧାରୁଆ ଛୁରିରେ ଆକ୍ରମଣ କରିଥିଲା ।
ପୂର୍ବରୁ ଯୁବକ ଜଣଙ୍କ ପ୍ରେମ ନିବେଦନ କରିବା ସହ ମହିଳାଙ୍କର ଫଟୋ ଭାଇରାଲ୍ କରି ଜେଲ ଯାଇଥଲା । ଏବେ ଜେଲରୁ ଫେରିବା ପରେ ସେ ମହିଳାଙ୍କୁ ଛୁରାମାଡ଼ କରିଛି ।