ସୋର ଲିଙ୍ଗପଡ଼ାରେ ଯୁବତୀଙ୍କୁ ଗଳାକାଟି ହତ୍ୟା ଘଟଣା । ୩ ଦିନ ପରେ ଫେରାର ଯୁବକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଭଦ୍ରକ ବାସୁଦେବପୁର ଚୂଡ଼ାମଣି ସ୍ଥିତ ଗାଁରୁ ଉଦ୍ଧାର କରିଛି ପୋଲିସ ।
ଗାଁ ନିକଟ ଜଙ୍ଗଲରେ ସେ ଲୁଚି ଥିବା ନେଇ ଖବର ପାଇଲା ପରେ ପୋଲିସ ଅଭିଯୁକ୍ତକୁ ଧରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ପୋଲିସକୁ ଦେଖିବା ପରେ ଭୟରେ ଅଭିଯୁକ୍ତ ଯୁବକ ବିଷ ଖାଇଥିବା ସୂଚନା ମିଳିଛି ।
ଅଭିଯୁକ୍ତଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପରରୁ ଭଦ୍ରକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଯୁବକ ଜଣକ ଲିଙ୍ଗପଡାର ଜଣେ ଯୁବତୀଙ୍କୁ ଏକତରଫା ଭାବେ ଭଲ ପାଉଥିଲା । ସେ ରାଜି ନହେବାରୁ ଗଳାକାଟି ନିର୍ମମ ଭାବେ ହତ୍ୟା କରିଥିଲା ଏବଂ ଘଟଣା ପରେ ଫେରାର୍ ହୋଇଯାଇଥିଲା । ଅଭିଯୁକ୍ତକୁ ଧରିବାକୁ ପୋଲିସ ୪ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲା ।
ଅଭିଯୁକ୍ତ ତଳସାହି ନିକଟ ଏକ ଜଙ୍ଗଲରେ ବୁଲୁଥିବା ଦେଖିବା ପରେ ପୋଲିସ ମଧ୍ୟ ତାର ପିଛା କରିଥିଲା । ତେବେ ଗିରଫ ଭୟରେ ବିଷ ପିଇ ଦେଇଥିଲା ଅଭିଯୁକ୍ତ ।