ମାଲକାନଗିରି: ଅହିଂସା ଓ ବର୍ବରତା ଛାଡି ଆତ୍ମସମର୍ପଣ କରିଛନ୍ତି ୯ ଜଣ ମାଓବାଦୀ । ମାଲକାନଗିରି ସୀମାନ୍ତ ମୁଲୁଗୁ ଜିଲ୍ଲାରେ ମାଓବାଦୀ ମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଯାହା ଫଳରେ ମାଓ ସଂଗଠନକୁ ଲାଗିଛି ଶକ୍ତ ଧକ୍କା ।
ସୂଚନାନୁଯାୟୀ ମାଲକାନଗିରି ସୀମାବର୍ତୀ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ମାଓ ସଂଗଠନକୁ ତ୍ୟାଗ କରି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ସିଆରପିଏଫ ଯବାନ ଓ ମୁଗୁଲୁ ଜିଲ୍ଲା ପୋଲିସଙ୍କ ମିଳିତ ଚେୟୁତା ଅପରେସନ ଚଳାଇଥିବା ବେଳେ ଏହି ମାଓବାଦୀ ମାନେ ମାଓ ସଂଗଠନ ଛାଡିଛନ୍ତି । ତେବେ ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ଛତିଶଗଡ଼ର ବିଜେପୁର ଅଞ୍ଚଳର ବାସିନ୍ଦା ଅଟନ୍ତି । ତେବେ ଆତ୍ମସମର୍ପଣ ପରେ ଏହି ବ୍ୟକ୍ତି ମାନେ କିପରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ସେନେଇ ତେଲେଙ୍ଗାନା ସରକାର ପଦକ୍ଷେପ ଗ୍ରହଣ କରିବେ । ଆଗକୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବ ସହିତ କିପରି ପୁନର୍ବାର ମାଓବାଦୀ ସଂଗଠନ ମୁହାଁ ନ ହୁଅନ୍ତି ସେଥିପାଇଁ ତାଙ୍କୁ ତାଲିମ ଦିଆଯିବ ।