କେରଳ: ଏକ ମର୍ମନ୍ତୁଦ ଓ ନୃଶଂସ ହତ୍ୟାକାଣ୍ଡ କେରଳର ଥିରୁଅନନ୍ତପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ସୋମବାର ଏକ ୨୩ ବର୍ଷୀୟ ଯୁବକ ନିଜ ଭାଇ, ପ୍ରେମିକା ଓ ମା' ସମେତ ୬ ଜଣଙ୍କୁ ହତ୍ୟା କରିଥିବା ନେଇ ପୋଲିସ ଆଗରେ ସ୍ୱୀକାର କରି ଆତ୍ମସମର୍ପଣ କରିଛି । ପୋଲିସ ସୂତ୍ରରୁ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିବା ବେଳେ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି ।
ଘଟଣାଟି ସୋମବାର ସନ୍ଧ୍ୟାରେ ୩ଟି ଭିନ୍ନ ସ୍ଥାନରେ କିଛି ଘଣ୍ଟା ଅନ୍ତରାଳରେ ଘଟିଯାଇଛି । ଘଟଣାଟି ଅଭିଯୁକ୍ତ ଆଫନ ଆତ୍ମସମର୍ପଣ କରିବା ପରେ ଜଣ ପଡିଥିଲା ।
ଅଭିଯୁକ୍ତର ୧୩ବର୍ଷୀୟ ଭାଇ ଅହସାନ, ଜେଜେମା ସଲମା ବିବି, ଦାଦା ଲତିଫ, ଖୁଡି ସାହିବା ଓ ନିଜ ପ୍ରେମିକା ଫର୍ସାନାଙ୍କ ମୃତ୍ୟୁ ଘଟିଥିବା ନେଇ ପୋଲିସ ସୂଚନା ଦେଇଛି । ଅଭିଯୁକ୍ତର ମା ଗୁରୁତର ଅବସ୍ଥାରେ ଥିରୁଅନନ୍ତପୁରମ ମେଡିକାଲ କଲେଜରେ ଚିକତ୍ସିତ ହେଉଥିବା ଜଣାପଡିଛି ।
ଅଭିଯୁକ୍ତ ଜଣକ ନିଜେ ବିଷ ଖାଇଥିବାର ପୋଲିସକୁ ଜଣାଇବାପରେ ଅଭିଯୁକ୍ତକୁ ତୁରନ୍ତ ମେଡିକାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଇଛି । ତେବେ ହତ୍ୟା ପଛର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ସକ୍ରିୟ ହୋଇ ତଦନ୍ତ ଆରମ୍ଭ କରିଛି ।