ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ୧୬ନଂ ଏନ୍ଏଚ୍ ଇନ୍ଦିରା ଛକ ନିକଟ ରାସ୍ତାରୁ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ମୃତ ଦେଖି ବସ୍ତା ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନ ଥିବାବେଳେ ତାଙ୍କ ପକେଟରୁ ଏକ ମୋବାଇଲ୍ ଫୋନ୍ ଏବଂ ବ୍ୟାଙ୍କର ଡିପୋଜିଟ୍ ରସିଦ ଜବତ ହୋଇଛି । ବ୍ୟକ୍ତିଙ୍କୁ କେହି ହତ୍ୟା କରି ରାସ୍ତା କଡ଼ରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ତେବେ ଏହା ଏକ ହତ୍ୟା ନା ଦୁର୍ଘଟଣା ସେ ନେଇ କିଛି ସ୍ପଷ୍ଟ ହୋଇ ନ ଥିବାବେଳେ ଶବ ବ୍ୟବଚ୍ଛେଦ ଏବଂ ତଦନ୍ତ ପରେ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।