ପ୍ରୟାଗରାଜ: ଦୁନିଆକୁ ଚକିତ କରିଦେଇଥିବା ପ୍ରୟାଗରାଜ ମହାକୁମ୍ଭ ଗୋଟିଏ ପରେ ଗୋଟିଏ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିବାରେ ଲାଗିଛି । କୋଟି କୋଟି ଶ୍ରଦ୍ଧାଳୁଙ୍କ ସ୍ନାନ ପରେ ପବିତ୍ର ତ୍ରିବେଣୀ ସଙ୍ଗମରେ ନଦୀ ଜଳର ସ୍ୱଚ୍ଛତା ବଜାୟ ରହିଥିବାବେଳେ ପୁଣି ଏକ ସ୍ୱଚ୍ଛତାକୁ ରେକର୍ଡ ସୃଷ୍ଟି ହୋଇଛି । ପ୍ରାୟ ୧୫ ହଜାର ସଫେଇ କର୍ମଚାରୀ ମହାକୁମ୍ଭର ସଫେଇ ଅଭିଯାନରେ ସାମିଲ ହୋଇଛନ୍ତି । ଯାହାକି ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛି ।
ସୋମବାର ମହାକୁମ୍ଭରେ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ଏକ ପ୍ରତିନିଧି ଦଳ ପହଁଚିଥିଲେ । ମହାକୁମ୍ଭ ନିଜର ହିଁ ରେକର୍ଡ ଭାଙ୍ଗିଥିଲା । ୨୦୧୯ କୁମ୍ଭରେ ୧୦ ହଜାର ସଫେଇ କର୍ମଚାରୀ ସାମିଲ ହୋଇଥିବାବେଳେ ୨୦୨୫ରେ ୧୫ ହଜାର ସାମିଲ ହୋଇଥିଲେ । ସେକ୍ଟର ୨ରେ ଥିବା ହେଲିପ୍ୟାଡ୍ ପାର୍କିଂ, ନାଗବାସୁକି ଜୋନ୍ ରେ ଥିବା ସେକ୍ଟର ୭ର ଭରଦ୍ୱାଜ ଘାଟ, ହରିଶ୍ଚନ୍ଦ୍ର ଘାଟ, ଚକ୍ରମାଧବ ଘାଟରେ ସଫେଇ ଅଭିଯାନ କରାଯାଇଥିଲା । ୧୫ ହଜାର ସଫେଇ କର୍ମଚାରୀଙ୍କୁ ଏକ ସ୍ୱତନ୍ତ୍ର ବ୍ୟାଣ୍ଡ୍ ପ୍ରଦାନ କରାଯାଇଥିଲା । ଯେଉଁଥିରେ କେତେ ଜଣ କର୍ମଚାରୀ ସାମିଲ ଥିଲେ ତାହାର ଗଣତି ସହଜରେ ହୋଇ ପାରିଥିଲା । ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ଅବର୍ଜରଭର୍ ଋଷିନାଥ ଉପସ୍ଥିତ ରହି ତଦାରଖ କରିଥିଲେ । ଆଗାମୀ ୩ ଦିନ ମଧ୍ୟରେ ସାର୍ଟିଫିକେଟ୍ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।
ମଙ୍ଗଳବାର ଅର୍ଥାତ୍ ଆଜି ଆଉ ଏକ ରେକର୍ଡ ପାଇଁ ପ୍ରସ୍ତୁତି କରାଯାଇଛି । ୮ ଘଣ୍ଟା ମଧ୍ୟରେ ୧୦ ହଜାର ହାତ ଛପା ନେଇ ବିଶ୍ୱ ରେକର୍ଡ ସ୍ଥାପନ କରିବାକୁ ଯୋଜନା କରାଯାଇଛି । ଏକ ପେଣ୍ଡାଲେର କାନଭାସ୍ ଲଗାଯାଇ ହାତ ଛପା ନିଆଯିବ । ୨୦୨୯ରେ ସାଢ଼େ ୭ ହଜାର ଲୋକଙ୍କର ହାତ ଛପା ନିଆଯାଇଥିଲା ।
ଗତ ଫେବୃଆରୀ ୧୪ ତାରିଖରେ ନଦୀର ସଫେଇ କରାଯାଇଥିଲା । ଏଥିରେ ୩୦୦ କର୍ମଚାରୀ ସାମିଲ ହୋଇଥିଲେ ।