ଆଜିଠାରୁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ନିଜ ନିଜ ପସନ୍ଦର ନେତାଙ୍କୁ ଭୋଟ ଦେଇଛନ୍ତି ଜନତା । ଜଣେ ନାଗରିକ ଭୋଟ ଦେବା ଯେ ପ୍ରଥମ କର୍ତ୍ତବ୍ୟ ଏକଥା ବୁଝାଇଛନ୍ତି ଜଣେ ମହିଳା । ନିଜ ବାହାଘରକୁ ପ୍ରଥମ ଦାୟିତ୍ୱ ନୁହେଁ ଭୋଟ ଦେବା ପ୍ରଥମ ଦାୟିତ୍ୱ ବୋଲି ଭାବିଛନ୍ତି । ଭୋଟ୍ ଆଗ ତା’ପରେ ବିବାହ । କିଛି ଏଭଳି ଭାବି ଭୋଟ୍ ଦେବାକୁ ପହଞ୍ଚିଛନ୍ତି ମତଦାନ କେନ୍ଦ୍ରରେ କନ୍ୟାବେଶରେ ସଜେଇ ହୋଇ ପହଞ୍ଚିଥିଲେ ଦୀପା ।
ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ମୁଜାଫରନଗରରେ ଭୋଟ୍ ଦେଇଛନ୍ତି ଏହି କନ୍ୟା ଜଣକ । ଆଜି ତାଙ୍କ ବିବାହ ଥିଲା କିନ୍ତୁ ଆଗ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଥିଲେ ଦୀପା । ଦେଶର ନାଗରିକ ଭାବେ ଆଗ ଭୋଟ୍ ଦେବେ, ତା’ପରେ ଯାଇ ବିବାହ କରିବେ । ତେଣୁ ସକାଳୁ ବିଳମ୍ବ ନକରି ବିବାହ ପାଇଁ ସଜବାଜ ହୋଇ ଭୋଟ୍ ଦେଇଛନ୍ତି । ଏହାପରେ ସେ ମଣ୍ଡପକୁ ଯାଇଛନ୍ତି । ସେହିପରି ରାଜସ୍ଥାନ ଦିଦୱାନାରେ ବର-କନ୍ୟା ବିବାହ କରିବା ପୂର୍ବରୁ ଆସି ଭୋଟ୍ ଦେଇଛନ୍ତି । ବିବାହ କପଡ଼ାରେ ଉଭୟ ପୋଲିଂ ବୁଥ୍ କୁ ପହଞ୍ଚିଥିଲେ ।