ଚାକିରିରୁ ବାହାରିଲେ ମହିଳା କମିଶନର ୨୨୩ ମହିଳା କର୍ମଚାରୀ। ଦିଲ୍ଲୀର ଉପ ରାଜ୍ୟପାଳ ଭି.କେ ସକ୍ସେନା ଏହି ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ଆମ୍ ଆଦ୍ମୀ ପାର୍ଟି ସାଂସଦ ସ୍ଵାତି ମାଲିୱାଲ୍ ନିୟମର ଉଲ୍ଲଂଘନ କରି ଏହି ମହିଳା କର୍ମଚାରୀମାନଙ୍କୁ ନିଯୁକ୍ତି ଦେଇଥିଲେ। ମହିଳା ଆୟୋଗରେ ସମୁଦାୟ ୪୦ଟି ପଦ ଖାଲି ଥିବା ବେଳେ ସ୍ଵାତି ମାଲିୱାଲ୍ ୨୨୩ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ।
ସୂଚନା ଅନୁସାରେ, ଉପରାଜ୍ୟପାଳଙ୍କ ବିନା ଅନୁମତିରେ ୨୨୩ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ଏହି ନିଯୁକ୍ତିଗୁଡିକ ଧାର୍ୟ୍ୟ ପ୍ରକ୍ରିୟା ଅନୁଯାୟୀ କରାଯାଇ ନାହିଁ। ମହିଳା ଆୟୋଗରେ ସମୁଦାୟ ୪୦ଟି ପଦ ଖାଲି ଥିବା ବେଳେ ୨୨୩ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ଆମ୍ ଆଦ୍ମୀ ପାର୍ଟି ସାଂସଦ ସ୍ଵାତି ମାଲିୱାଲ୍ ନିୟମର ଉଲ୍ଲଂଘନ କରି ମହିଳା କର୍ମଚାରୀମାନଙ୍କୁ ନିଯୁକ୍ତି ଦେଇଥିଲେ। ଚୁକ୍ତିରେ କର୍ମଚାରୀ ନିଯୁକ୍ତି କରିବାର ଆୟୋଗର ଅଧିକାର ନାହିଁ ବୋଲି ଏହି ନିର୍ଦ୍ଦେଶ ଦେଇଛନ୍ତି ଉପ ରାଜ୍ୟପାଳ। ଏପରିକି ଆହୁରି ମଧ୍ୟ କୁହାଯାଇଛି ଯେ ଅର୍ଥ ବିଭାଗର ଅନୁମୋଦନ ବିନା ସେମାନେ କୌଣସି ପଦକ୍ଷେପ ନେବା ଉଚିତ ନୁହେଁ।