ନିର୍ଵାଚନ ପାଇଁ ସରଗରମ ରାଜ୍ୟ ରାଜନୀତିର ମାହୋଲ । ନିର୍ବାଚନୀ ସଭାରେ ଶଙ୍ଖ ଫୁଙ୍କିବା ପାଇଁ ଚାଲିଗଲା ଚାକିରି । ସୂଚନା ଅନୁସାରେ, ନିର୍ବାଚନୀ ସଭାରେ ଦୁଇଜଣ କମ୍ୟୁନିଟି ରିସୋର୍ସ ପର୍ସନ ବା CRP ଫୁଲ ପକାଇବା ସହ ଶଙ୍ଖ ଫୁଙ୍କିବା ଏବଂ ହୁଳୁହୁଳି ପକାଉଥିବା ଅଭିଯୋଗ ହୋଇଥିଲା । ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଦୁଇଜଣ ମହିଳାଙ୍କର ଚାକିରୀ ଚାଲିଯାଇଛି । ଏହି ଦୁଇଜଣ CRP ହେଉଛନ୍ତି , କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତାଳସଂଗା ପଞ୍ଚାୟତର ପୁଷ୍ପାଞ୍ଜଳି ମହାନ୍ତି ଓ ମାର୍ଶାଘାଇ ବ୍ଲକର ନର୍ମଦା ବସନ୍ତିଆ । ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଅତିରିକ୍ତ ଉପଜିଲ୍ଲାପାଳ ତଦନ୍ତ କରି ରିପୋର୍ଟ ଦେବା ପରେ ଉଭୟ CRP ଙ୍କ ବିରୁଦ୍ଧରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏ ନେଇ ଜିଲ୍ଲାପାଳ ପ୍ରତିକ୍ରିୟା ମିଳିପାରି ନାହିଁ ।