କଂଗ୍ରେସ ଓ ବିଜେଡିର ପ୍ରାର୍ଥୀପତ୍ର ଦାଖଲ ଖବର ଓଡିଶା :- 02/05/2024 Share story: ନିର୍ବାଚନ ପାଇଁ ଆଉ ହାତ ଗଣତି ଦିନ ଥିବାରୁ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା । ବଲାଙ୍ଗୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ସମେତ ସାଂସଦ ପ୍ରାର୍ଥୀ ମନୋଜ ମିଶ୍ର ,ଲୋଇସିଂହା କଂଗ୍ରେସ ପ୍ରାର୍ଥୀ ଓମ ପ୍ରକାଶ କୁମ୍ଭାରଙ୍କ ସହ ଏକ ବିଶାଳ ରାଲିରେ ବାହାରି ବଲାଙ୍ଗିର ଉପଜିଲ୍ଲାପାଳ ଓ ଜିଲ୍ଲାପାଳ ଙ୍କ ଠାରେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ୍ କରିଛନ୍ତି । ସେହିପରି ଭାବରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ଅଳକା ମହାନ୍ତି ନାମାଙ୍କନ ପତ୍ର ଦାଖଲ୍ କରିଛନ୍ତି । ଏକ ବିଶାଳ ରାଲିରେ ଝାରସୁଗୁଡା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । Nomination papers BJD Congress Baisakhi Rani, Author, 02/05/2024