ଗଂଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜାଗଡ ରେଂଜ ଅନ୍ତର୍ଗତ ଜୟମଙ୍ଗଳ ଗାଁକୁ ୨୫ ଟିକିଆ ହାତୀପଲ ଆସିଛନ୍ତି । ଏକ ଜଳାଶୟ ନିକଟରେ ହାତୀମାନେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି । କେତେବେଳେ ଗାଁରେ ପଶି ହାତୀମାନେ ଉପଦ୍ରବ କରୁଛନ୍ତି ତ ଆଉ କେତେବେଳେ ଜଳାଶୟକୁ ପାଣି ପିଇବାକୁ ଆସୁଛନ୍ତି । ଯାହାକୁ ଦେଖି ଗାଁ ଲୋକ ଭୟଭୀତ ହେଉଛନ୍ତି । ପୂର୍ବରୁ ହାତୀ ପଲ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଥିବା ଅନୁମାନ କରାଯାଉଥିବା ବେଳଏ ବର୍ତମାନ ଜଙ୍ଗଲ ନିଆଁ ରୁ ରକ୍ଷା ପାଇବା ପାଇଁ ହାତୀମାନେ ଗାଁ ମୁହାଁ ହେଉଥିବା ଅନୁାନ କରାଯାଉଛି । ତେବେ ଏମାନଙ୍କ ଗତିବିଧି ଉପରେ ବନବିଭାଗ ନଜର ରଖିଥିବା ଜଣାପଡିଛି ।