ପଶ୍ଚିମବଙ୍ଗ: ଟିଏମସିକୁ ଆଉ ଏକ ଝଟକା, ବିଜେପିରେ ଯୋଗଦେଲେ ବିଧାୟକ ଅର୍ଜୁନ ସିଂହ
Khabar Odisha:politics-odisha-tmc-sitting-mla-arjun-singh-joins-bjp-big-jolt-to-mamata-banerjee
ନୂଆଦିଲ୍ଲୀ, ମାର୍ଚ୍ଚ ୧୪(ଖବର ଓଡିଶା):

ତୃଣମୂଳ କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି । ପଶ୍ଚିମବଙ୍ଗର ଭାଟାପାରା ବିଧାନସଭା ନିର୍ବାଚନ ମଣ୍ଡଳୀର ଟିଏମସି ବିଧାୟକ ଅର୍ଜୁନ ସିଂହ ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି । ଅର୍ଜୁନ ସିଂହ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳର ପଶ୍ଚିମବଙ୍ଗ ପ୍ରଭାରୀ କୈଳାସ ବିଜୟବର୍ଗୀୟ ଏବଂ ବରିଷ୍ଠ ନେତା ମୁକୁଲ ରୟଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । କୈଳାସ ବିଜୟବର୍ଗୀୟ ଟ୍ୱିଟ କରି କହିଛନ୍ତି ଯେ ପଶ୍ଚିମବଙ୍ଗର ଭାଟାପାରା ନିର୍ବାଚନୀ ଆସନରୁ ଟିଏମସି ବିଧାୟକ ଅର୍ଜୁନ ସିଂହଙ୍କୁ ବିଜେପିରେ ସ୍ୱାଗତ । 

ଏହା ପୂର୍ବରୁ ମଙ୍ଗଳବାର ଦିନ ତୃଣମୂଳ କଂଗ୍ରେସରୁ ବହିଷ୍କାର ହୋଇଥିବା ସାଂସଦ ଅନୁପନ ହାଜରା ଏବଂ ପଶ୍ଚମବଙ୍ଗର ଦୁଇ ଜଣ ବର୍ତ୍ତମାନର ବିଧାୟକ ବିଜେପିରେ ସାମିଲ ହୋଇଥିଲେ । ହାଜରା 2014ରେ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ବୋଲପୁର ଆସନରୁ ବିଜୟୀ ହୋଇଥିଲେ । 

Subscribe

National International State Sports Entertainment