ଏଫଏଟିଏଫ୍ ଜାଲରୁ ବର୍ତ୍ତିବା ପାଇଁ ପାକିସ୍ତାନର ନୂଆ ଚାଲ୍, ଆତଙ୍କବାଦୀଙ୍କ ବିରୋଧରେ ରୁଜୁ କଲା ମିଛ ଏଫଆଇଆର
Khabar Odisha:international-odisha-pakistan-is-registering-a-fake-fir-against-terrorist-organizations
ନୂଆଦିଲ୍ଲୀ, ଅଗଷ୍ଟ ୧୮ (ଖବର ଓଡିଶା) :

 ପାକିସ୍ତାନ ପୁଣି ଥରେ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି । ପାକିସ୍ତାନରେ ବଢୁଥିବା ଆତଙ୍କୀ ସଙ୍ଗଠନକୁ ନେଇ ଏଫଏଟିଏଫ୍ କୁ ଭ୍ରମିତ କରୁଛି । ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସର ଗ୍ରେ ଲିଷ୍ଟରୁ ବର୍ତ୍ତିବା ପାଇଁ ପାକିସ୍ତାନ ଏବେ ଆତଙ୍କୀ ସଙ୍ଗଠନ ବିରୋଧରେ ଦେଖାଣିଆ ଏଫଆଇଆର ରୁଜୁ କରିଛି । ବିଧି ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଫଆଇଆର ଅଦାଲତରେ ଗ୍ରହଣ ହୋଇ ନାହିଁ । 

ଏଫଏଟିଏଫ୍ ବୈଠକରେ ଆମେରିକା ପାକିସ୍ତାନ ଦୁନିଆ ସାମ୍ନାରେ ଆତଙ୍କୀ ସଙ୍ଗଠନ ବିରୋଧରେ ଏଫଆଇଆର ଉପସ୍ଥାପନ କରିଛି । ତେବେ ଏହା ପାକିସ୍ତାନର ଦେଖାଣିଆ ପଦକ୍ଷେପ ବୋଲି କୁହାଯାଇଛି । ଏଫଆଇଆରରେ ଯେଉଁ ତାରିଖ ରହିଛି ତାହା ମୁତାବକ ଏହାକୁ ୧ ଜୁଲାଇରେ ପାକିସ୍ତାନର ପଞ୍ଜାବ ପ୍ରାନ୍ତର ଗୁଜରାଂବାଲା ପୁଲିସ ଷ୍ଟେସନରେ ରୁଜୁ କରାଯାଇଥିଲା । ଏଥିରେ ଲସ୍କର-ଏ-ତୈୟବାର ସଂସ୍ଥାପକ ହାଫିଜ ସଇଦର ସଙ୍ଗଠନ ଦାବା-ବଲ-ଇରଶାଦ ଉପରେ ଭୁଲ ଉପାୟରେ ଜମି ହଡପ କରିଥିବା ମାମଲା ରୁଜୁ କରାଯାଇଛି । 

ତେବେ ଏହି ଏଫଆଇଆରରେ କୌଣସୀ ଠାରେ ଲସ୍କର ମୁଖ୍ୟ ହାଫିଜ ସଇଦର ନାମ ନାହିଁ । ହାଫିଜ ସହ ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୈଏବାକୁ ସଂଚାଳିତ କରିବାକୁ ଅବଦୁଲ୍ଲା ଗଫର, ହାଫିଜ ମସୁଦ, ଆମିର ହମଜା ଏବଂ ମାଲିକ ଜାଫର ଇକବାଲ ନାମ ମଧ୍ୟ ଉଲ୍ଲେଖ କରାଯାଇ ନାହିଁ । ଇସଲାମବାଦରେ ନିୟୋଜିତ ଥିବା ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷର ପ୍ରତିନିଧି ଟେରିଜା ସାଞ୍ଚେଜା କହିଥିଲେ କି, ଯଦି ପାକିସ୍ତାନ ଏଫଏଟିଏଫର ଗ୍ରେ ଲିଷ୍ଟ ତାଲିକାରୁ ନବାହାରେ ତେବେ ସ୍ୱୀକୃତ ହୋଇଥିବା ଲୋନ ବିପଦରେ ପଡିବ । ତେବେ ପାକିସ୍ତାନ ଜୁନ, ୨୦୧୮ରୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଆତଙ୍କୀ ଫଣ୍ଡିଙ୍ଗ ଉପରେ ନଜର ରଖୁଥିବା ସଂସ୍ଥା ଏଫଏଟିଏଫର ଗ୍ରେ ତାଲିକାରେ ରହିଛି । 

Subscribe

National International State Sports Entertainment