ବର୍ଷା ଓ ବଜ୍ରପାତ ସମ୍ଭାବନା, ୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି
Khabar Odisha:Weather-Odisha-Kalabaisakhi-posibility-of-rain-5districts-odisha
ଭୁବନେଶ୍ୱର, ମେ ୧୫(ଖବର ଓଡ଼ିଶା):

କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ଝଡ଼ବର୍ଷା, ବଜ୍ରପାତ ଓ ପବନ ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। 

ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର ,ନୟାଗଡ଼ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ହାଲୁକା ବର୍ଷା ସହ ଝଡ଼ତୋଫାନ ଓ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ତେଣୁ ସନ୍ଧ୍ୟା ୫ଟା ୪୫ ସୁଦ୍ଧା ସତର୍କ ରହିବା ପାଇଁ ଆଂଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ ।

  • Tags:

Subscribe

National International State Sports Entertainment