ଲିବ୍ୟା ସଙ୍କଟ: ଫସିଛନ୍ତି ୫୦୦ ଭାରତୀୟ, ସୁଷମା କହିଲେ- ଶୀଘ୍ର ଚାଲି ଆସନ୍ତୁ, ନଚେତ୍ ଫସିଯିବେ
Khabar Odisha:National-odisha-foreign-minister-sushma-swaraj-500-indians-to-leave-tripoli-libya-situation
ନୂଆଦିଲ୍ଲୀ, ଏପ୍ରିଲ୧୯(ଖବର ଓଡ଼ିଶା):

 ଲିବ୍ୟାରେ କ୍ଷମତାକୁ ନେଇ ଜାରି ସଂଘର୍ଷ ଦିନକୁ ଦିନ ଅଧିକ ବଢିବାରେ ଲାଗିଛି। ଭାରତ ସରକାର ଲିବ୍ୟାର ରାଜଧାନୀ ତ୍ରିପୋଲିରେ ଫସିଥିବା ଭାରତୀୟଙ୍କୁକ ତୁରନ୍ତ ସେଠାରୁ ଚାଲି ଆସିବାକୁ ପରାମର୍ଶ ଦେଇଛି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ଟ୍ଵିଟ୍ କରି କହିଛନ୍ତି ଯେ, ଲିବ୍ୟାରୁ ଭାରତୀୟକୁ ସ୍ଥାନାନ୍ତର ଅଭିଯାନ ଆରମ୍ଭ କରାଯାଇଛି ଏବଂ ସେଠାରେ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି। ତଥାପି ସେଠାରେ ୫୦୦ରୁ ଅଧିକ ଭାରତୀୟ ଫସି ରହିଛନ୍ତି।

ସ୍ଵରାଜ କହିଛନ୍ତି ଯେ, ତ୍ରିପୋଲିର ଅବସ୍ଥା ଦିନକୁ ଦିନ ଅଧିକ ଖରାପ ସ୍ଥିତି ଆଡକୁ ଗତି କରୁଛି। ବର୍ତ୍ତମାନ ବିମାନ ଚଳାଚଳ ସେବା ଜାରି ରହିଛି। ତେଣୁ ସମସ୍ତ ଲୋକ ନିଜ ନିଜର ସଂପର୍କୀୟ ଏବଂ ସାଙ୍ଗ ସାଥୀଙ୍କୁ ସେଠାରୁ ତୁରନ୍ତ ଫେରି ଆସିବାକୁ  କୁହନ୍ତୁ। ନଚେତ୍ ପରେ ସେଠାରୁ ଆମେ ବାହାର କରି ପାରିବୁ ନାହିଁ। ଏହା ପୂର୍ବରୁ ଭାରତ ତ୍ରିପୋଲୀରେ ରହୁଥିବା ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲା। ଏହା ସହିତ ଭାରତୀୟ ଦୂତାବାସ ହେଲ୍ପଲାଇନ ନମ୍ବର ୦୦୨୧୮୯୨୪୨୦୧୭୭୧ ଜାରି କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, କର୍ଣ୍ଣେଲ ଗଦାଫିଙ୍କୁ କ୍ଷମତାରୁ ହଟାଯିବା ଏବଂ ପରେ ତାଙ୍କର ହତ୍ୟା ପରେ ଲିବ୍ୟାରେ ଅବସ୍ଥା ଶୋଚନୀୟ ହୋଇ ପଡିଛି। ବିଦ୍ରୋହୀ ଗୋଷ୍ଠୀର ନେତା  ଜେନେରାର  ରଫତାରଙ୍କ ସେନା ଓ ଅନ୍ୟ ସଶସ୍ତ୍ର ବଳ ମଧ୍ୟ ସଂଘର୍ଷ ଆରମ୍ଭ ହୋଇ ଯାଇଛି। ଏଥିରେ ଲିବ୍ୟାରେ ସଂକଟ ଅଧିକ ଜଟିଳ  ହୋଇ ପଡିଛି। 

ମଙ୍ଗଳବାର ବିଳମ୍ବିତ ରାତିରେ ଲିବ୍ୟା ତ୍ରିପୋଲିର ଜନବହୁଳ ଇଲାକାରେ ଗୁଳି ମାଡ଼ ହୋଇଥିଲା। ଏଥିରେ ତ୍ରିପୋଲିରେ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ଲିବ୍ୟାର ରାଜଧାନୀ ତ୍ରିପୋଲିରେ ଏହି ସଂଘର୍ଷ ଏପ୍ରିଲ ୪ରେ ଆରମ୍ଭ ହୋଇଥିଲା।  

  • Tags:

Subscribe

National International State Sports Entertainment