ମେନ ବୁକର ପୁରସ୍କାର ଚୟନ କମିଟିରେ ଭାରତୀୟ ଲେଖକ ଜିତ ଥାୟିଲ
Khabar Odisha:National-News-Indian-author-Jeet-Thayil-to-judge-International-Booker-Prize
ନୂଆଦିଲ୍ଲୀ, ଜୁଲାଇ ୧୧ (ଖବର ଓଡ଼ିଶା):

 ଅନେକ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ପୁରସ୍କାରର ବିଜେତା ଲେଖକ ଜିତ ଥାୟିଲ 2020 ଅନ୍ତରାଷ୍ଟ୍ରୀୟ ବୁକର ପୁରସ୍କାର ପାଇଁ ପାଞ୍ଚ ଜଣିଆ ଗଠିତ ଚୟନ କମିଟିର ସଦସ୍ୟ ହୋଇଛନ୍ତି । କାଳ୍ପନୀକ କହାଣୀ ପାଇଁ ଦୂନିଆର ଅଗ୍ରଣୀ ସାହିତ୍ୟିକ ପୁରସ୍କାରର ବୁକର ପୁରସ୍କାର ପାଇଁ ଗୁରୁବାର ଦିନଠାରୁ ଲଣ୍ଡନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହାକି ଆସନ୍ତ ବର୍ଷ ପର୍ଯ୍ୟନ୍ତ ଜାରି ରହିବ । 

ମଇ 2019 ଏବଂ ଏପ୍ରିଲ 2020 ମଧ୍ୟରେ ୟୁକେ ଏବଂ ଆର୍ୟଲାଣ୍ଡର ସମସ୍ତ ପ୍ରକାଶନଙ୍କ ଦ୍ୱାରା ଚନୟ ହୋଇଥିବା “ନାରକୋପୋଲିସ”ର ଲେଖକ ଏବଂ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଜିତ ଥାୟିଲ ଚୟନା କର୍ତ୍ତା କମିଟିର ସଦସ୍ୟ ହୋଇଛନ୍ତି ।

କେରଳରେ ଜନ୍ମ ଗ୍ରହଣ କରିଥିବା ଜିତ ଥାୟିଲ ନିଜର ଉପନ୍ୟାସ ନାରକୋପୋଲିସ ପାଇଁ ମେନ ବକର ପୁରସ୍କାର ପାଇଁ ନିୟନ କରାଯାଇଥିଲା । ଜିତ 2006ରୁ ଉପନ୍ୟାସ ଲେଖିବା ଆରମ୍ଭ କରିଥିଲେ । 

ଜିତଙ୍କ ଲେଖନୀ ମଧ୍ୟରେ ଦିଜ୍‌ ଏରର ଆର କରେଟ, ଇଙ୍ଗିଲ୍ସ ପ୍ରମୁଖ ।  ଦିଜ୍‌ ଏରର ଆର କରେଟ ପାଇଁ ଜିତ ସାହିତ୍ୟ ଏକାଡେମୀ ପୁରସ୍କାର ହାସଲ କରିଥିଲେ । 59 ବର୍ଷିୟ ଜିତ ଏକାସଙ୍ଗରେ ଜଣେ ଲେଖକ ଏବଂ ସଙ୍ଗୀତଜ୍ଞ । ସେ 23 ବର୍ଷ ଧରି ମୁମ୍ୱାଇ, ବେଙ୍ଗାଲୁରୁ, ହଂକଂ ଏବଂ ନ୍ୟୁୟର୍କରେ ସାମ୍ୱାଦିକତା କରିଥିଲେ ।

Subscribe

National International State Sports Entertainment