ମୌସୁମୀ ଫେରିବା ପୂର୍ବରୁ ପୁନେରେ ପ୍ରବଳ ବର୍ଷା: ଜଣେ ମୃତ, ଉପୁଡିଲା ୫୦ ଗଛ
Khabar Odisha:Nation-Maharastra-One-dead-50-trees-uprooted-as-heavy-rains-wreak-havoc-in-Pune

ନୂଆଦିଲ୍ଲୀ, ଅକ୍ଟୋବର ୧୦ (ଖବର ଓଡ଼ିଶା): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିବା ପୂର୍ବରୁ ବୁଧବାର ରାତି ତାଣ୍ଡବ ରଚିଛି । ମହାରାଷ୍ଟ୍ରର ପୁନେରେ ପ୍ରବଳ ବର୍ଷା ହୋଇଛି । ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରବଳ ବର୍ଷା ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୫୦ଟି ଗଛ ଉପୁଡି ଯାଇଛି । ରିପୋର୍ଟ ଅନୁସାରେ ପୁନେ ମହାନଗର ପରିବହନ ମହାମଣ୍ଡଳ ଲିମିଟେଡର ଡ୍ରାଇଭର ରାସ୍ତାରେ ଯାଉଥିବା ବେଳେ ଏକ ବିଶାଳ ଗଛ ଉପରେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି । 

ଗ୍ରାହକ ପଥ ଅଞ୍ଚଳରେ ତିଲକ ରୋଡରେ ପ୍ରବଳ ବର୍ଷା ହେଉଥିବା ବେଳେ ଗାଡ଼ି ଚାଳକ ଯାଉଥିଲେ । ଏହି ସମୟରେ ଏକ ବିଶାଳ ଗଛ ଉପୁଡି ପଡ଼ି ଗାଡ଼ି ଚାଳକଙ୍କ ଉପରେ ପଡ଼ିଥିଲା । ସୂଚନା ମିଳିବା ପରେ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରିବା ସହ ରାସ୍ତାରୁ ଗଛକୁ ହଟାଇବାକୁ ଉଦ୍ୟମ କରୁଛନ୍ତି । 

ପୁନେ ସହରର ବିଭିନ୍ନ ସ୍ଥାନରେ ପ୍ରାୟ ୫୦ଟି ଗଛ ଉପୁଡିପଡ଼ିଛି । ତିଲକ ରୋଡ, ସିଂଘଦ ରୋଡ଼ ଓ ପାର୍ବତୀରେ ଗଛଗୁଡ଼ିକ ଉପୁଡିଛି । ସେହିପରି ଜଳ ଘେରରେ ଥିବା ୩୧୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । 

 

 

  • Tags:

Subscribe

National International State Sports Entertainment