ଇସ୍ପାତ ଶିଳ୍ପରେ ଅଗ୍ରଗତି ନେଇ ନବୀନ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଆଲୋଚନା, ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ହେଲା ନିଷ୍ପତି
Khabar Odisha:CM-naveen-patnaik-or-Central-minister-dharmendra-pradhan-discussion-about-iron-steal-mines
ଭୁବନେଶ୍ୱର, ଫେବୃଆରୀ ୨୭ (ଖବର ଓଡ଼ିଶା):

ରାଜ୍ୟରେ ଇସ୍ପାତ ଶିଳ୍ପରେ ଅଗ୍ରଗତି ନେଇ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧୀନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ତେବେ ଆସନ୍ତୁ ଜାଣିବା ବୈଠକରେ ନିଆଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସମ୍ପର୍କରେ । 

ଓଡ଼ିଶାର ଇସ୍ପାତ ଶିଳ୍ପରେ ଜାପାନ ପୁଞ୍ଜି ନିବେଶ କରିବ । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପୁଞ୍ଜି ନିବେଶ ପାଇଁ ଆଗ୍ରହୀ ଜାପାନ । କେନ୍ଦ୍ର ଇସ୍ପାତ ମନ୍ତ୍ରୀ, ଜାପାନ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ଉଚ୍ଚସ୍ତରୀୟ ବୈଠକ । ରାଜ୍ୟର ଆରସେଲ ମିତଲ-ଏସାର ପ୍ଲାଣ୍ଟରେ ଜାପାନ ର ନିପନ କମ୍ପାନୀର ପୁଞ୍ଜି ନିବେଶ ହୋଇଛି ।

ଜଂଗତସିଂପୁର ର ପ୍ରସ୍ତାବିତ jsw  ପ୍ଲାଣ୍ଟରେ ମଧ୍ୟ ଜାପାନ ର jav  କମ୍ପାନୀର ପୁଞ୍ଜିନିବେଶ ହୋଇଛି । 2018 make in odisha conclave ରେ ଜାପାନ partner ରହିଥିଲା, 2020 ରେ ମଧ୍ୟ partner ହେବାକୁ ଜାପାନକୁ ଅନୁରୋଧ କରିଲେ ରାଜ୍ୟସରକାର ।

ଏବେ ସାରା ଦେଶରେ 140 ନିୟୁତ ଟନ ଇସ୍ପାତ ଉତ୍ପାଦନ ହେଉଛି, ଆଗକୁ ଏହାକୁ 300 ଟନ କରିବା ନେଇ ଲକ୍ଷ୍ୟ ରଖିଛି ବିଭାଗ । ଏଥିରେ ଓଡିଶା ପ୍ରମୁଖ ଭୂମିକା ନିଭେଇବ ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । କେବଳ ବୃହତ ଶିଳ୍ପ ନୁହଁ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା ଛୋଟ ଛୋଟ ଶିଳ୍ପ ପ୍ରତିଷ୍ଠା ଉପରେ ମଧ୍ୟ ଗୁରୁତ୍ୱ ଦେଉଛି ଇସ୍ପାତ ମନ୍ତ୍ରଣାଳୟ । ଏହା ବାଦ କୃଷି,କେମିକାଲ,ହସ୍ତତନ୍ତ,ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାରେ ଅଧିକ ସୁଯୋଗ ରହିଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

  • Tags:

Subscribe

National International State Sports Entertainment