କମ୍ବିଂ ବେଳେ ୨ଟି ଲ୍ୟାଣ୍ଡ ମାଇନ ଠାବ କରି ନିଷ୍କ୍ରିୟ କଲେ ବିଏସଏଫ ଯବାନ ଓଡ଼ିଶା, ସେପ୍ଟେମ୍ୱର୨୫(ଖବର ଓଡ଼ିଶା) Share story: କମ୍ବିଂ ବେଳେ ୨ଟି ଲ୍ୟାଣ୍ଡ ମାଇନ ଠାବ କଲେ ବିଏସଏଫ ଯବାନ । ଅତି ସତର୍କତା ର ସହ ଏହାକୁ ନିଷ୍କ୍ରିୟ ମଧ୍ୟ କରାଯାଇଅଛି। ଏନେଇ ବିଏସଏଫ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଠିକ ସେହି ସମୟରେ ବିଏସଏଫର ସନ୍ଧାନୀ କୁକୁର ଦ୍ୱାରା ଲ୍ୟାଣ୍ଡ ମାଇନ ଠାବ ହୋଇଥିଲା ଏବଂ ପରେ ଆରମ୍ଭ ହୋଇଥିଲା ଅପରେସନ।ବିଏସଏଫ ଯବାନମାନେ ମାଛକୁଣ୍ଡ ଥାନା ଅନ୍ତର୍ଗତ ପାଲମ ଓ ଦୋରାପୁଟ ଜଙ୍ଗଲରେ କମ୍ବିଂ ଅପରେସନ କରୁଥିଲେ | ୨ଟି ଲ୍ୟାଣ୍ଡ ମାଇନ ଠାବ କରିବା ସହ ଓଡିଶା ଆନ୍ଧ୍ର ସୀମାନ୍ତ ଜଲାପୁଟ ସ୍ଥିତ ୬୫ ବାଟାଲିଆନ ବିଏସଏପ ପକ୍ଷରୁ ନିଷ୍କ୍ରିୟ କରାଯାଇଛି| ଖବର ଓଡ଼ିଶା, Reporter, 24/09/2022