ଆଣ୍ଡାମାନ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଭୁବନେଶ୍ୱର ପାଣିପାଗ କେନ୍ଦ ପକ୍ଷରୁ ସୂଚନା ଭୁବନେଶ୍ୱର, ମେ ୧୬(ଖବର ଓଡିଶା): Share story: ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁଲା । ଆଣ୍ଡାମାନ-ନିକୋବର ଦୀପପୁଞ୍ଜ ଏବଂ ଆଣ୍ଡାମାନ ସାଗର ଅଞ୍ଚଳ ଛୁଇଲା ମୌସୁମୀ ବାୟୁ । ମୌସୁମୀ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦେଇଛି । ଉତ୍ତର ଭାରତ ଏବେ ଟାଣ ଖରା ଓ ଗରମ ଗୁଳଗୁଳିରେ ଅତିଷ୍ଠ ହୋଇପଡିଲେଣି । ତେବେ କେରଳରୁ ଭଲ ସଙ୍କେତ ଆସିଛି । ସେଠାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି । ପାଣିପାଗ ବିଭାଗ କେରଳର କେତେକ ଜିଲ୍ଲାରେ ଭୀଷଣରୁ ଅତି ଭୀଷଣ ବର୍ଷା ଲାଗି ମଧ୍ୟ ସତର୍କତା ଜାରି କରିଛନ୍ତି । ସେହିପରି ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ୱସ୍ତି । ଆସୁଛି ପୁଣି ଏକ ଲଘୁଚାପ । ପୂବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୯ ତାରିଖ ସୁଦ୍ଧା ଏହି ଲଘୁଚାପ ସୃଷ୍ଟି ହେବାର ଆକଳନ କରିଛି । ସେହିପରି ଏହା ଦିନେ କିମ୍ବା ୨ ଦିନ ଭିତରେ ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରବେଶ କରିବ । ପରେ ରୂପରେଖ ଏବଂ ପରବର୍ତ୍ତୀ ପ୍ରଭାବ ସମ୍ପର୍କରେ ଜଣାପଡିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ହେଲେ ଏହା ଅଧିକ ଘନୀଭୂତ ହୋଇନପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ସୂଚନା ଦେଇଛନ୍ତି । , , 16/05/2022