ଗୋଦାମଘରୁ ଯୁବକଙ୍କ ମୃତଦେହ ଉଦ୍ଧାର 26/04/2024 Share story: ସମ୍ବଲପୁର ଅଇଁଠାପାଲି ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାଖରେ ଥିବା ଏକ ଗୋଦାମଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ରଂଜିତ ସାହୁ ବୋଲି ଜଣାପଡିଛି । ସୂଚନା ଅନୁସାରେ ରଂଜିତ ଅଇଁଠାପାଲି ଅଂଚଳରେ ରହୁଥିବାବେଳେ ସବୁଦିନ ଭଳି ଶୁକ୍ରବାର ଦିନ ରଂଜିତ ନିଜ କାମକୁ ବାହାରି ପଡିଥିବା ବେଳେ ସଂଧ୍ୟା ପର୍ଯ୍ୟନ୍ତ ଆଉ ଘରକୁ ଫେରିନଥିଲେ । ଏବଂ ଗୋଦାମର ସିଢି ନିକଟରେ ରକ୍ତ ଛିଟା ପଡିଥିବାର ଦେଖି ସ୍ଥାନୀୟ ଲୋକେ ରଂଜିତଙ୍କ ପରିବାର କୁ ଖବର ଦେଇଥିଲେ । ଏବଂ ଖବର ପାଇ ପରିବାର ଲୋକେ ରଂଜିତଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ରଂଜିତଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ରଂଜିତଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । sambalpur odisha Henilprava Swain, Author, 26/04/2024