କର୍ଣ୍ଣାଟକର ଦଣ୍ଡେଲି ତାଲୁକ ଅଂଚଳରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ସ୍ୱାମୀ ସ୍ତ୍ରୀ ଙ୍କ ଝଗଡାରେ ବଳିପଡିଯାଇଛି ଦିବ୍ୟାଙ୍ଗ ପୁଅ । ସ୍ୱାମୀ ଝଗଡା କରିବାରୁ ୬ ବର୍ଷର ଭିନ୍ନକ୍ଷମ ପୁଅକୁ କୁମ୍ଭୀର ଭର୍ତ୍ତି ନଦୀରେ ଫିଙ୍ଗି ଦେଇଛି ମା । ଏବଂ ଦୁଇ ଦିନ ଖୋଜଖୋଜି ପରେ ଶେଷରେ ହାତ ନଥିବା ମୃତ ଶରୀର ଉଦ୍ଧାର କରିଛି ପୋଲିସ । ସୂଚନା ଅନୁସାରେ ମୃତ ପୁଅଟି ଜନ୍ମରୁ ମୂକ । ପୁଅଟି କାହିଁକି କଥା କହି ପାରୁନି ବୋଲି କହି ସ୍ୱାମୀ ରବି କୁମାର ଓ ସ୍ତ୍ରୀ ସାବିତ୍ରୀଙ୍କ ମଧ୍ୟରେ ସଦାସର୍ବଦା ଝଗଡା ହେଉଥିଲା । ଆଉ ଏଥିପାଇଁ ରବି ସର୍ବଦା ସାବିତ୍ରୀଙ୍କୁ ଦାୟୀ କରୁଥିଲେ । ଏବଂ ସାବିତ୍ରୀଙ୍କ ସହ ସବୁବେଳେ ଝଗଡା କରୁଥିଲେ । ଏବଂ ଶନିବାର ମଧ୍ୟ ସେହି ସମାନ କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଉ ଏହି କଥାକୁ ନେଇ ସାବିତ୍ରୀ କୁମ୍ଭୀର ଭର୍ତି ଥିବା ନଦୀକୁ ଫିଙ୍ଗି ଦେଇଥିଲେ । ତେବେ ଏନେଇ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କରିବାକୁ ବହୁ ଚେଷ୍ଟା କରିଥିଲେ । ଏବଂ ପରଦିନ କ୍ଷତ ବିକ୍ଷତ ଅବସ୍ଥାରେ ଛୁଆଟିର ମୃତଦେହ ଉଦ୍ଧାର କରାଯାଇଛି । ଏବଂ ପୋଷ୍ଟପର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଇଛି ।