ପୋଲିସ ପାଖରେ ଆତ୍ମସମର୍ପଣ କଲେ ୩୫ ମାଓବାଦୀ। ଏହି ମାଓବାଦୀମାନେ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି। ମାଓ ସଙ୍ଗଠନ ଛାଡ଼ି ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ବିଭିନ୍ନ ଏରିଆ ମାଓବାଦୀମାନେ ସଙ୍ଗଠନରେ ହେଉଥିବା ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର, ନିର୍ଯାତନା କାରଣରୁ ସଙ୍ଗଠନ ଛାଡିଥିବା କହିଛନ୍ତି।
ସୂଚନା ମୁତାବକ, ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର, ନିର୍ଯାତନା କାରଣରୁ ସଙ୍ଗଠନ ଛାଡି ଦନ୍ତେୱାଡ଼ା ପୋଲିସ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି ୩୫ ମାଓବାଦୀ। ସମସ୍ତ ଆତ୍ମସମର୍ପଣକାରୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଏହି ମାଓବାଦୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ସହାୟତା ପ୍ରଦାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଗତ କିଛି ମାସ ମଧ୍ୟରେ ପୋଲିସ ନିକଟରେ ଶତାଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତେଣୁ ଏ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।