ରବିବାର ବିଳମ୍ବିତ ରାତିରେ ବଡବିଲ ପିଏଚଡି ରୋଡ ଭଂଜ କଲୋନୀ ଛକ ନିକଟରେ ଏକ ଦୁର୍ଘଟଣା ଦେଖିବାକୁ ମିଳିଛି । ଭାରସାମ୍ୟ ହରାଇ ଦୋକାନ ଭିତରକୁ ଏକ ୧୬ ଚକିଆ ହାଇଓା୍ୱ ପଶିଯାଇଛି । ଯାହା ଫଳରେ ୩ଟି ଦୋକାନ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ୧୬ ଚକିଆ ହାଇୱାଟି ଦ୍ରୁତ ଗତିରେ ପିଏଚଡି ପଟକୁ ଆସୁଥିବା ଭଂଜ କଲୋନୀ ଛକ ନିକଟ ଟର୍ଣ୍ଣିଂରେ ଭାରସାମ୍ୟ ହରାଇ ବସିଥିଲା । ଫଳରେ ଟ୍ରକଟି ରାସ୍ତାର ଡାହାଣ ପାଶ୍ୱର୍କୁ ମାଡି ହୋଇ ସେଠାରେ ଥିବା ୩ ଟି ଦୋକାନ ଭିତରକୁ ପଶିଯାଇଥିଲା । ତେବେ ହାଇୱା ଗାଡିଟିକୁ ହେଲପର ଚଲାଉଥିବା ଜଣାପଡିଛି । ଏବଂ ଏନେଇ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି ।