ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି । ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଡେଲିମାର୍କେଟ ପାଖରେ ଥିବା ଆଇସିଆଇସିଆଇ ବ୍ୟାଙ୍ଗରେ ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଆଜି ସକାଳେ ଭ୍ୟାନରେ ରାଉରକେଲା ଆଇସିଆଇସିଆଇ ବ୍ୟାଙ୍କରୁ ଟଙ୍କା ରାଜଗାଙ୍ଗପୁର ଡେଲିମାର୍କେଟରେ ପାଖରେ ଥିବା ଆଇସିଆଇସିଆଇ ବ୍ୟାଙ୍କକୁ ଆସିଥିଲା । ଏବଂ ଟଙ୍କା ଭ୍ୟାନ ସହ ଜଣେ ସୁରକ୍ଷା କର୍ମୀ ଆସିଥିଲେ । ଆଉ ଭ୍ୟାନଟି ଯେତେବେଳେ ବ୍ୟାଙ୍କରେ ପହଂଚିଥିଲା । ଏହାପରେ ସୁରକ୍ଷାକର୍ମୀ ଜଣଙ୍କ ନିଜ ବନ୍ଧୁକରେ ଗୁଳି ଭର୍ତି କରୁଥିବା ସମୟରେ ହଠାତ ଫାୟାରିଂ ହୋଇଯାଇଥିଲା । ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିବା ବେଳେ ଘଟଣା ସ୍ଥଳରେ ସୁରକ୍ଷାକର୍ମୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।