ଜଗତସିଂହପୁର, ଫେବୃଆରୀ ୨୩ (ଖବର ଓଡ଼ିଶା):
ଏକ୍ସାଇଜ୍ ଅଧିକାରୀମାନେ ଆଜି କାଂସ ଗାଁରୁ ୧୭ ଗ୍ରାମ ବ୍ରାଉନସୁଗାର ଜବତ କରି ଉକ୍ତ ଘଟଣାରେ ଜଣଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତ ଉକ୍ତ ଗାଁର ଟିକି ମହମ୍ମଦ ବୋଲି ଜଣାପଡିଛି।
ଅଧିକାରୀଙ୍କ କହିବାନୁସାରେ, ସେମାନେ ଗାଁର ଟିକିଙ୍କ ଘରେ ଚଢାଉ କରି ତାଙ୍କ ଘରେ ୧୭ ଗ୍ରାମ ବ୍ରାଉନସୁଗାର ପାଇଥିଲେ। ପରବର୍ତ୍ତୀ ସମୟରେ ଅଧିକାରୀମାନେ ଏହି ଟିକିଙ୍କୁ ଗିରଫ କରିଥିଲେ।
ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କୁ ଧରିବା ପାଇଁ ଅଧିକ ଅନୁସନ୍ଧାନ ଚାଲିଛି ବୋଲି ଜଣେ ଅଧିକାରୀ କହିଛନ୍ତି।