ସୁମନ ବୋଡ଼ାନୀଙ୍କ ବଡ଼ ସଫଳତା, ପାକିସ୍ଥାନରେ ପ୍ରଥମ ହିନ୍ଦୁ ମହିଳା ଜର୍ଜ ଭାବେ ନିଯୁକ୍ତ
Khabar Odisha:suman-bodani-became-first-hindu-female-judge-in-pakistan
ନୂଆଦିଲ୍ଳୀ ,ଜାନୁଆରୀ ୨୯(ଖବର ଓଡ଼ିଶା):

 ପାକିସ୍ଥାନରେ ହିନ୍ଦୁ ମହିଳାଙ୍କ ସଫଳତା । ହିନ୍ଦୁ ସମ୍ପ୍ରଦାୟର ସୁମନ ପବନ ବୋଡ଼ାନୀ ପାକିସ୍ଥାନରେ ପ୍ରଥମ ହିନ୍ଦୁ ମହିଳା ଜର୍ଜ ପଦବୀ ପାଇବାରେ ସଫଳ ହୋଇଛନ୍ତି  । ସିନ୍ଧ ପ୍ରାନ୍ତର ଶାହଦାଦକୋଟର ବସବାସ କରୁଥିବା ପୋଦାନୀଙ୍କ ଝିଅ ସୁମନ ନ୍ୟାୟିକ ମାଜିଷ୍ଟ୍ରେଟର ମେଧା ତାଲିକାରେ ୫୪ ତମ ସ୍ଥାନ ହାସଲ କରିଥିଲେ । ତାଙ୍କ ପରିବାର ପକ୍ଷରୁ ଏହାକୁ ସୁମନଙ୍କ ଲକ୍ଷ୍ୟସାଧନ ହୋଇଛି ବୋଲି କହିଛନ୍ତି ।

ପାକିସ୍ଥାନରେ ସଂଖ୍ୟା ବହୁଳ ମୁସଲମାନ ଥିବା ବେଳେ ହିନ୍ଦୁଙ୍କ ସଂଖ୍ୟା ବହୁତ କମ । ସେଠାର ମୋଟ ଜନସଂଖ୍ୟାର କେବଳ ଦୁଇ ପ୍ରତିଶତ ଅଚନ୍ତି ହିନ୍ଦୁ । ଜଷ୍ଟିଜ ରାଣା ଭଗବାନ ଦାସ ନାମକ ବ୍ୟକ୍ତି ସେଠାରେ ପ୍ରଥମ ହିନ୍ଦୁ ଜର୍ଜ ଭାବେ ନିଯୁକ୍ତି ପାଇଥିଲେ । ସେ କାର‌୍ୟ୍ୟକାରୀ ମୁଖ୍ୟ ନ୍ୟାୟଧୀଶ ଭାବରେ କାର‌୍ୟ୍ୟଭାର ସମ୍ଭାଳି ଥିଲେ । ୨୦୧୮ ମସିହା ମାର୍ଚ୍ଚ ପାଞ୍ଚରେ ପାକିସ୍ଥାନ ପିପୁଲ ପାର୍ଟିର ନେତା କୃଷ୍ଣ କୁମାରୀ ସାଂସଦର ନିର୍ବାଚନରେ ବିଜୟୀ ହୋଇଥିଲେ । ସାଂସଦ ବିଜୟୀ ହୋଇଥିବା ମହିଳା ହିନ୍ଦୁ ସମ୍ପ୍ରଦାୟର ପ୍ରଥମ ମହିଳା ଥିଲେ । ସେ ଦଳିତ ପରିବାର ସହ ଜଡ଼ିତ । ସେ ନିର୍ବାଚନ ଜିତିବା ପରେ କହିଥିଲେ ,ସେ ସର୍ବଦା ଦଳିତ ପରିବାରର ଅଧିକାର ଓ ମୁଖ୍ୟତଃ ମହିଳା ସଶକ୍ତିକରଣ ,ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ପାଇଁ ଲଢିବେ ।

Subscribe

National International State Sports Entertainment