ପାକିସ୍ତାନର କ୍ୱେଟା ସହରରେ ବମ୍ ବିସ୍ଫୋରଣ, ୧୬ ମୃତ ୩୦ ଆହତ
Khabar Odisha:national-odisha-many-people-killed-and-several-injured-in-a-blast-at-quetta-s-hazarganji-sabzi-mandi-pakistan
ନୂଆଦିଲ୍ଲୀ, ଅପ୍ରେଲ ୧୨ (ଖବର ଓଡିଶା) :

ପାକିସ୍ତାନର କ୍ୱେଟା ସହରରେ ଏକ ପରିବା ବଜାରରେ ବମ୍ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଦୁଇ ଜଣ ଶିଶୁଙ୍କ ସମେତ ୧୬ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ୩୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଏବେ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଏହାକୁ କଡା ସମାଲୋଚନା କରିଛନ୍ତି । ଏହା ସହ ଇମରାନ ଖାନ ଆହତଙ୍କୁ ଉତମ ଚିକିତ୍ସା ଯୋଗେଇ ଦେବା ପାଇଁ କହିଛନ୍ତି । ପାକିସ୍ତାନୀ ଗଣମାଧ୍ୟମରୁ ଏହି ବିଷୟରେ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଆଜି ସକାଳେ କ୍ୱେଟା ସହରରେ ପରିବା ବଜାରରେ ଲୋକମାନେ ପରିବା କିଣିବା ସମୟରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ଖବର ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଡିଆଇଜି ଅବଦୁଲ ରଜ୍ଜାକ ଏହି ବିଷୟରେ ସୂଚନା ଦେଇଛନ୍ତି । ତେବେ ପୁଲିସ ଏବେ ଏହି ମାମଲାରେ ତନାଘନା କରୁଛି । 

Subscribe

National International State Sports Entertainment