ଭାରତର କିଛି ଅଞ୍ଚଳକୁ ନିଜ ୧୦୦ ଟଙ୍କିଆ ନୋଟ୍ ରେ ଛାପିଲା ନେପାଳ । ନେପାଳ ତାର ନୂଆ ମାନଚିତ୍ର ଓ ୧୦୦ ଟଙ୍କିଆ ନୋଟ୍ ଛପାଯିବା ନେଇ ଘୋଷଣା କରିଥିଲା । ୧୦୦ ଟଙ୍କିଆ ନୋଟ୍ ଛପାଯିବା ପରେ ସେହି ନୋଟ୍ ରେ ଭାରତର କିଛି ଅଞ୍ଚଳକୁ ସ୍ଥାନିତ କରାଯାଇଛି । ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣି ଆଦି ଅଞ୍ଚଳକୁ ନେପାଳ ତାର ନୋଟ୍ ରେ ଛାପିଛି । ସୂଚନା ଅନୁସାରେ, ନେପାଳର ପ୍ରଧାନମନ୍ତ୍ରୀ ନେତୃତ୍ୱରେ ଏକ ବୈଠକ ବସିଥିଲା । ଯେଉଁଥିରେ ନେପାଳ ତା ଅଞ୍ଚଳର ନୂଆ ମାନଚିତ୍ର ସହିତ ୧୦୦ ଟଙ୍କିଆ ନୋଟ୍ ଛାପିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ନୋଟ୍ ଛପାଯିବା ପରେ ଭାରତୀୟମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।