ବିଶ୍ୱର ସବୁଠାରୁ ବଡ ବିମାନର ପରୀକ୍ଷଣ, ଫୁଟୁବଲ ପଡିଆ ଭଳି ଏହାର ଡେଣା
Khabar Odisha:international-worlds-largest-airplane-take-off
ଆମେରିକା, ଏପ୍ରିଲ ୧୪(ଖବର ଓଡିଶା):

ବିଶ୍ୱର ସବୁଠାରୁ ବଡ ବିମାନକୁ କାଲିଫର୍ଣ୍ଣିଆରେ ପ୍ରଥମ ପରୀକ୍ଷଣ କରାଯାଇଛି । ଏଥିରେ ୬ ବୋଇଂ ୭୪୭ ଇଞ୍ଜିନ ଲଗାଯାଇଛି । ଏହି ବିମାନ ଗତକାଲି ନିଜର ପ୍ରଥମ ଯାତ୍ରା ମାଜୋବେ ମରଭୂମୀ ଉପରେ କରିଥିଲା । ଏହି ବିମାନର ନିର୍ମାଣ ଅନ୍ତରୀକ୍ଷରେ ରକେଟ୍ ନେବା ଆଣିବା ପାଇଁ କରାଯାଇଛି । ଏହା ରକେଟକୁ ମହାକାଶରେ କକ୍ଷପଥରେ ଅବସ୍ଥାପିତ କରିବା ପାଇଁ ସହାୟକ ହେବ । 

ଚଳିତ ସମୟରେ ଟେକ୍ ଅପ୍ ରକେଟ ସାହାଯ୍ୟରେ ଉପଗ୍ରହକୁ କକ୍ଷରେ ଅବସ୍ଥାପିତ କରାଯାଏ । ଏହି ବିମାନ ଟେକଅପ୍ ରକେଟର ଏକ ବିକଳ୍ପ ହେବ । ଏହାକୁ ସ୍କେଲ୍ଡ୍ କମ୍ପୋଜିଟସ୍ ନାମକ ଏକ ଇଂଜିନିୟରିଂ କମ୍ପାନୀ ପ୍ରସ୍ତୁତ କରିଛି । ଏହା ଏତେ ବଡ ଯେ ଏହାର ଡେଣା ଖୋଲିଲେ ଏକ ଫୁଟୁବଲ ପଡିଆରୁ ବଡ ହେବ । ଗତକାଲି ଏହି ବିମାନ ଆକାଶରେ ପ୍ରାୟ ୨ଘଂଟା ରହିଥିଲା ।  

  • Tags:

Subscribe

National International State Sports Entertainment