ମାଳଦ୍ଵୀପରେ ଚୀନକୁ ଲାଗିଲା ଜୋରଦାର ଝଟକା, ଡୁବିପାରେ ଅରବ ଟଙ୍କାର ନିବେଶ !
Khabar Odisha:international-odisha-why-maldives-election-results-is-bad-news-for-china
ନୂଆଦିଲ୍ଲୀ,ଏପ୍ରିଲ୦୯(ଖବର ଓଡ଼ିଶା):

ମାଳଦ୍ଵୀପରେ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହଙ୍କ ପାର୍ଟି ସଂସଦୀୟ ନିର୍ବାଚନରେ ବଡ଼ ବିଜୟ ହାସଲ କରିବା ଭାରତ ପାଇଁ ଖୁସି ଖବର ହୋଇଥିବା ବେଳେ ଚୀନ ପାଇଁ ବହୁତ ବଡ଼ ଝଟକା ହୋଇଛି। ରାଷ୍ଟ୍ରପତି ଇବ୍ରାହିମ ସୋଲିହଙ୍କ ବିଜୟ ଖବର ଆସିବା ମାତ୍ରେ ଭାରତ କାଳ ବିଳମ୍ବ ନକରି ଫଳାଫଳକୁ ସ୍ଵାଗତ କରିଛି।

ସୋଲିହ ବିଜୟରେ ଏହି ଦକ୍ଷିଣ ପଡୋଶୀ ଦେଶରେ ଭାରତର କୂଟନୀତି ମଜବୁତ ହେବ ଯେଉଁଠି ଚୀନ ନିଜର ପ୍ରାଧ୍ୟାନ୍ୟ ବିସ୍ତାର କରିବାକୁ ଉଦ୍ୟମ କରୁଛି। ରାଷ୍ଟ୍ରପତି ସୋଲିହଙ୍କ ମାଳଦ୍ଵୀପ ଡେମୋକ୍ରାଟିକ ପାର୍ଟି(ଏମଡିପି) ସଂସଦରେ  ୮୭ ସିଟରୁ ୬୭ଟିରେ ବିଜୟ ହାସଲ କରିଛି। ଏହି ଐତିହାସିକ ବିଜୟ ପରେ ମାଳଦ୍ଵୀପର ରାଷ୍ଟ୍ରପତି ସୋଲିହ ପୂର୍ବର ସରକାର ଚୀନ ସହିତ କରିଥିବା ସବୁ ରାଜିନାମାର ଯାଞ୍ଚ ମଜବୁତର କରିବା ସହିତ ଆଗକୁ ବଢିବ।

ନିର୍ବାଚନ ପୂର୍ବରୁ ସୋଲିହଙ୍କ ପାର୍ଟି ମତଦାତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, କ୍ଷମତାକୁ ଆସିବା ପରେ ସେ ଚୀନଠୁ ପୂର୍ବରୁ ଅଣାଯାଇଥିବା ଋଣର ଯାଞ୍ଚ କରାଯିବ। ପାର୍ଟି ଚିନ୍ତା ପ୍ରକଟ କରି କହିଥିଲା ଯେ, ଚୀନଠୁ ନିଆଯାଇଥିବା ଋଣର ପରିମାଣ ୩ ଅରବ ଡଲାର ପର୍ଯ୍ୟନ୍ତ ହୋଇପାରେ। ମାଳଦ୍ଵୀପରେ ଚୀନ ବିପୁଳ ମାତ୍ରାରେ ନିବେଶ କରି  ବିସ୍ତାରବାଦୀ ନୀତି ଚଳାଇବା ସହିତ ଭାରତକୁ ଚିନ୍ତାରେ ପକାଇଥିଲା।

ସୋଲିହଙ୍କ ବିଜୟରେ ଏମଡିପିର ସ୍ଥିତି ମଜବୁତ ହୋଇଛି ଏବଂ ଭାରତ-ମାଳଦ୍ଵୀପର କୂଟନୈତିକ ଭାଗିଦାରୀକୁ ମଧ୍ୟ ଲାଭ ମିଳିବ। ସୋଲିହ କ୍ଷମତାକୁ ଆସିବା ପରଠୁ ଭାରତ ଓ ମାଳଦ୍ଵୀପ ମଧ୍ୟରେ ପ୍ରତିରକ୍ଷା ଭାଗିଦାରୀ ମଧ୍ୟ ମଜବୁତ ହୋଇଛି। 

ଅନ୍ୟ ପଟେ ଚୀନ ବେଲ୍ଟ ଆଣ୍ଡ ରୋଡ୍ ଯୋଜନା ଆଧାରରେ ଅବଦୁଲ୍ଲା ୟାମିନଙ୍କ ସରକାର ସମୟରେ ମାଳଦ୍ଵୀପରେ ଲକ୍ଷାଧିକ ଡଲାରର ନିବେଶ କରିଥିଲା, ମାତ୍ର ସୋଲିହଙ୍କ ବିଜୟ ପରେ ଚୀନର ନିବେଶ ଉପରେ ସଙ୍କଟର ବାଦଲ ଦେଖା ଦେଇଛି। ଅନେକ ରାଜନୈତିକ ବିଶ୍ଳେଷକଙ୍କ କହିବା କଥା ସୋଲିହ ଚୀନର ଉଦ୍ଦେଶ୍ୟକୁ ନେଇ ସର୍ବଦା ଆଶଙ୍କିତ ଥିଲେ। ଏହି କାରଣରୁ  ମାଳଦ୍ଵୀପରେ ଚୀନର ବିସ୍ତାରବାଦୀ ନୀତିକୁ ଝଟକା ଲାଗିଛି ଏବଂ ଭାରତ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି  ହୋଇଛି।

  • Tags:

Subscribe

National International State Sports Entertainment