ପାକିସ୍ତାନରୁ ୫ ମାସର ଶିଶୁ ଅପହରଣ, ବ୍ୟାଗରେ ରଖି ପହଞ୍ଚିଗଲା ଦୁବାଇ
Khabar Odisha:international-odisha-five-month-old-pakistan-child-kidnapped-smuggled-to-dubai-in-handbag
ନୂଆଦିଲ୍ଲୀ,ସେପ୍ଟେମ୍ବର୧୬(ଖବର ଓଡ଼ିଶା):

 ଦୁବାଇ ବିମାନବନ୍ଦରରେ ଯାଞ୍ଚ ସମୟରେ ଏକ ଟ୍ରାଭେଲ ବ୍ୟାଗରୁ ଜଣେ ୫ ମାସର କଅଁଳା ଶିଶୁକୁ ଉଦ୍ଧାର କରାଯାଇଛି। ଏହି ଶିଶୁକୁ ପାକିସ୍ତାନରୁ ଅପହରଣ କରି ଅଣାଯାଇଥିଲା। ଶିଶୁକୁ ଟ୍ରାଭେଲ ବ୍ୟାଗରେ ଆଣିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।  ଏହି ଘଟଣାର ଭିଡ଼ିଓ ଦକ୍ଷିଣ ଦିଲ୍ଲୀର  ଡିସିପି ଏଚଜିଏସ ଧାଲିଓ୍ଵାଲ ଟ୍ଵିଟରରେ ପୋଷ୍ଟ କରିଛନ୍ତି।

୨୪ ସେକେଣ୍ଡର ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ବ୍ୟାଗରେ ଅନ୍ୟ ନରମ ସାମଗ୍ରୀ ସହିତ ଶିଶୁକୁ ରଖାଯାଇଥିଲା। ଶିଶୁକୁ ସ୍ଥିର ରଖିବା ପାଇଁ ମୁଣ୍ଡ ପାଖରେ ଦୁଇଟି ଛୋଟ ଷ୍ଟିଲ ଗ୍ଲାସ ରଖାଯାଇଥିଲା। ଶିଶୁଟି ବହୁତ ଶାନ୍ତ ଲାଗୁଥିଲା। କୁହାଯାଉଛି ଯେ ଶିଶୁ ସୁରକ୍ଷିତ ଅଛି ଏବଂ ବାପା-ମାଙ୍କ ପାଖରେ ପହଞ୍ଚି ଯାଇଛି। 

ଏହି ଘଟଣାର ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

  • Tags:

Subscribe

National International State Sports Entertainment