ବୈଜ୍ଞାନିକଙ୍କ ସଫଳତା: ବ୍ଲାକ ହୋଲର ପ୍ରଥମ ବାସ୍ତବିକ ଫଟୋ ଜାରି, ଖୋଲିବ ମହାକାଶର ଅନେକ ରହସ୍ୟ
Khabar Odisha:international-odisha-first-actual-picture-of-black-hole-to-be-released-today
ନୂଆଦିଲ୍ଲୀ,ଏପ୍ରିଲ୧୦(ଖବର ଓଡ଼ିଶା):

ମହାକାଶ ଦୁନିଆର ଏକ ମହତ୍ଵପୂର୍ଣ୍ଣ ଘଟଣା ଆଧାରରେ ଆଜି ବ୍ଲାକ ହୋଲର ବାସ୍ତବିକ ଛବି ଜାରି କରାଯାଇଛି। ମହାକାଶ ବିଷୟରେ ଜାଣିବାକୁ ଆଗ୍ରହୀ ସମଗ୍ର ଦୁନିଆର ଉତ୍ସାହୀ ଲୋକଙ୍କ କହିବା କଥା ସେମାନେ ବ୍ଲାକ ହୋଲର ପ୍ରଥମ ଛବି ଦେଖିବା ପାଇଁ ଲମ୍ବା ସମୟ ଧରି ଅପେକ୍ଷା କରିଥିଲେ।

ଦୁନିଆରେ ସ୍ଥିତ ଛଅ ଦୂରବୀକ୍ଷଣର ଡାଟାର ଉପଯୋଗ କରି ଇଭେଣ୍ଟ ହେରିଟେଜ ଟେଲିସ୍କୋପ(ଇଏଚଟି) ପ୍ରକଳ୍ପରେ ସାମିଲ ବୈଜ୍ଞାନିକ ମିଲକି ଓ୍ଵେ ଆକାଶଗଙ୍ଗାର କେନ୍ଦ୍ରରେ ସ୍ଥିତ ବ୍ଲାକ ହୋଲ ସେଜିଟେରିୟମ ଏ* ଓ ଅନ୍ୟ ବିଶାଳକାୟ ବ୍ଲାକ ହୋଲର ବାସ୍ତବିକ ଛବି ଆବିଷ୍କାର କରିଛନ୍ତି। ଏହି ବ୍ଲାକ ହୋଲ ୫.୩୫ କୋଟି ପ୍ରକାଶ-ପର୍ବ ଦୂର ଆକାଶଗଙ୍ଗା ଏମ୮୭ରେ ଅବସ୍ଥିତ। 

ସେଜିଟେରିୟମ ଏ*କୁ ପୃଥିବୀରୁ ୨୬ ହଜାର  ପ୍ରକାଶ ବର୍ଷ ପୂର୍ବ ଦୂର ମିଲକି ଓ୍ଵେ ମଧ୍ୟରେ ଦେଖାଯାଇଛି। ଏହାର ଦୈର୍ଘ୍ୟ ୪୦.୧ ଲକ୍ଷ ସୂର୍ଯ୍ୟର ବରାବର। ଅନ୍ୟ ବ୍ଲାକ ହୋଲ ସୂର୍ଯ୍ୟଠୁ ୬ ଅରବ ଗୁଣା ଅଧିକ  ବଡ଼ ଏବଂ ସେଜିଟେରିୟମ ଏଞ୍ଚଠୁ ୧୫୦୦ ଗୁଣ ଅଧିକ ବଡ଼। ଏହା ନକ୍ଷତ୍ରପୁଞ୍ଜ ଏମ୮୭ ମଧ୍ୟରେ ରହିଛି।

  • Tags:

Subscribe

National International State Sports Entertainment