ପାକିସ୍ତାନରେ ୩ଟି ହିନ୍ଦୁ ମନ୍ଦିର ଭାଙ୍ଗିଲେ ଉନ୍ମାଦିତ ଭିଡ, ଭୟରେ ଘରେ ଲୁଚିଛନ୍ତି ଅଳ୍ପ ସଂଖ୍ୟକ ହିନ୍ଦୁ
Khabar Odisha:international-odisha-case-of-blasphemy-filed-in-pakistan-against-the-principal-of-hindu-community-riot-in-sindh
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୬ (ଖବର ଓଡିଶା) :

ପାକିସ୍ତାନର ସିନ୍ଧ ପ୍ରାନ୍ତର ଜଣେ ସ୍କୁଲ ଛାତ୍ରଙ୍କ ପିତା ବିଦ୍ୟାଳୟର ହିନ୍ଦୁ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଧର୍ମକୁ ନିନ୍ଦା କରିଥିବା ମିଥ୍ୟା ଅଭିଯୋଗ ଆଣିଥିଲେ। ଏହାପରେ ଏବେ ସେଠାରେ ଦଙ୍ଗା ସୃଷ୍ଟି ହୋଇଛି। ଦଙ୍ଗା କରୁଥିବା ଲୋକମାନେ ସ୍କୁଲରେ ପଶି ଭଙ୍ଗାରୁଜା କରିଥିଲେ। ପ୍ରଧାନ ଶିକ୍ଷକଙ୍କୁ ବିଦ୍ରୋହକାରୀଙ୍କ ଜିମା ଦେବାକୁ ମଧ୍ୟ ଦାବୀ କରାଯାଇଛି। ତେବେ ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଅଳ୍ପସଂଖ୍ୟକ ହିନ୍ଦୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ନିକଟରେ ଦାବୀ କରାଯାଇଛି। ସମ୍ପୂର୍ଣ୍ଣ ଅଞ୍ଚଳରେ ବସବାସ କରୁଥିବା ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦଙ୍ଗା କାରଣରୁ ସେମାନେ ନିଜ ନିଜ ଘରେ ବନ୍ଦ ହୋଇ ରହିଛନ୍ତି। 

ପାକିସ୍ତାନୀ ସମାଚାର ଦ ଡନ ମୁତାବକ, ସିନ୍ଧର ଘୋଟକୀ ଜିଲ୍ଲାରେ ଥିବା ପବ୍ଲିକ ସ୍କୁଲରେ ପ୍ରଧାନ ଶିକ୍ଷକ ନୋଟନ ମଲଙ୍କ ବିରୋଧରେ ଜଣେ ସ୍କୁଲ ଛାତ୍ରଙ୍କ ପିତା ଅବଦୁଲ ଅଜୀଜ ରାଜପୁତ ଧର୍ମକୁ ନେଇ ନିନ୍ଦା କରିଥିବା ଅଭିଯୋଗ ଆଗତ ହୋଇଥିଲା। ଏହାପରେ ସେଠାରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ଉଗ୍ର ହୋଇ ଉଠିଥିଲେ। ସେମାନେ ଅଳ୍ପସଂଖ୍ୟକ ହିନ୍ଦୁ ସଂପ୍ରଦାୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଦାବୀ କରିଥିଲେ। ଏହା ସହ ସେମାନେ ସ୍କୁଲରେ ପଶି ଭଙ୍ଗାରୁଜା କରିଥଲେ। ଏହି ସମୟରେ ଉତ୍ତେଜନାର ବଶବର୍ତ୍ତୀ ହୋଇ ସେମାନେ ତିନୋଟି ହିନ୍ଦୁ ମନ୍ଦିର ମଧ୍ୟ ଭାଙ୍ଗି ଦେଇଛନ୍ତି। ଯାହା ଫଳରେ ଲୋକମାନେ ଭୟଭୀତ ହୋଇ ଘରେ ଲୁଚି ବସିଛନ୍ତି। 

ସେହି ସମୟରେ ଘୋଟକୀର ବରିଷ୍ଠ ପୁଲିସ ଅଧୀକ୍ଷକ ଫାଋଖ ଲଞ୍ଜାର କହିଛନ୍ତି କି, ସମ୍ପୂର୍ଣ୍ଣ ଅଞ୍ଚଳରେ ପୁଲିସର ନଜର ରହିଛି। ପ୍ରଧାନ ଶିକ୍ଷକଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇଛି। ସେ ଏବେ ସମ୍ପୂର୍ଣ୍ଣ ରୂପରେ ସୁରକ୍ଷିତ ଅଛନ୍ତି।

Subscribe

National International State Sports Entertainment