ଋଷର ୨ଟି ଜାହାଜରେ ନିଆଁ ଲାଗି ୧୧ମୃତ, ଚାଳକ ଦଳରେ ସାମିଲ ଥିଲେ ୧୫ ଭାରତୀୟ ନାଗରିକ
Khabar Odisha:accident-national-odisha-two-ships-carrying-indian-turkish-and-libyan-crew-members-caught-fire-in-which-11-people-died
ନୂଆଦିଲ୍ଲୀ, ଜାନୁଆରୀ ୨୨ (ଖବର ଓଡିଶା) :

ଋଷରେ ଦୁଇଟି ଜାହାଜରେ ନିଆଁ ଲାଗି ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଜାହାଜର ଚାଳକ ଦଳର ସଦସ୍ୟମାନଙ୍କ ମଧ୍ୟରେ ଭାରତ, ତୁର୍କ ଏବଂ ଲିମ୍ବିଆର ନାଗରିକ ଥିଲେ । ଋଷ ସୀମାର ଜଳକ୍ଷେତ୍ର ନିକଟରେ ଗତକାଲି ନିଆଁ ଲାଗିଥିଲା । 

ସୂଚନାଯୋଗ୍ୟ, ଏହି ଦୁଇ ଜାହାଜରେ ତଞ୍ଜାନିଆର ପତକା ଉଡୁଥିଲା । ଏଥିରୁ ଗୋଟିଏ ତରଳୀକୃତ ପ୍ରାକୃତିକ ଗ୍ୟାସ ନେଇ ଯାଉଥିବା ବେଳେ ଅନ୍ୟଟି ଟ୍ୟାଙ୍କର ଥିଲା । ଏହି ଦୁଇ ପୋତ ଇନ୍ଧନ ସ୍ଥାନାନ୍ତରିତ କରୁଥିବା ସମୟରେ ନିଆଁ ଲାଗିଯାଇଥିଲା । ଋଷ ସମ୍ବାଦ ସମିତି ତାସ ସମୂଦ୍ର ଅଧିକାରୀଙ୍କ ସୂତ୍ରରୁ କହିଛନ୍ତି କି, ଏଥିରୁ ଗୋଟିଏ ପୋତ କ୍ୟାଣ୍ଡିରେ ଚଳକ ଦଳର ୧୭ ସଦସ୍ୟ ଥିଲେ ସେମାନଙ୍କ ମଧ୍ୟରୁ  ୯ଜଣ ତୁର୍କର ନାଗରିକ ଏବଂ ୮ଜଣ ଭାରତୀୟ ନାଗରିକ ଥିଲେ । ଅନ୍ୟ ପୋତ ମାଇଷ୍ଟ୍ରୋରେ ୭ଜଣ ତୁର୍କ ନାଗରିକ, ୭ ଭାରତୀୟ ନାଗରିକ, ଏବଂ ଲିମ୍ବିଆର ଜଣେ ନାଗରିକଙ୍କ ସମେତ ୧୫ ଜଣ ଚାଳକ ସଦସ୍ୟ ସାମିଲ ଥିଲେ ।ଋଷ ଟେଲିଭିଜନ ଚ୍ୟାନେଲ ଆରଟି ନ୍ୟୁଜ ଅନୁଯାୟୀ ଅତି କମରେ ୧୧ଜଣ ନାବିକଙ୍କ ମୃତ୍ୟୁ ହୋଇଛି ।

ସଂସ୍ଥାର ଜଣେ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଏକ ବିସ୍ଫୋଟ ହେଲା ଏହା ପରେ ଅନ୍ୟ ତୋପରେ ନିଆଁ ବ୍ୟାପୀ ଯାଇଥିଲା । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେହି ସମୟରେ ତିନି ଡର୍ଜନ ନାବିକ ନାଆରୁ ଡେଇଁ ଜୀବନ ରକ୍ଷା କରିଥିଲେ । ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ପକ୍ଷରେ ୯ଜଣ ଏବେ ସୁଦ୍ଧା ନିଖୋଜ ଅଛନ୍ତି ।  

Subscribe

National International State Sports Entertainment