ଆମେରିକାର ପେନସିଲଭାନିଆରେ ଏକ କାର ଦୁର୍ଘଟଣାରେ ଜଣେ ୨୪ ବର୍ଷୀୟ ଭାରତୀୟ ମହିଳାଙ୍କର ମୃତ୍ୟୁ ହୋଇଛି। ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପୀଡିତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇ ଦୂତାବାସ କହିଛି ଯେ ମାର୍ଚ୍ଚ ୨୧ ରେ ପେନସିଲଭାନିଆରେ ଏକ ଦୁଃଖଦ କାର ଦୁର୍ଘଟଣାରେ ଆର୍ଶିଆ ଯୋଶୀଙ୍କର ମୃତ୍ୟୁ ହୋଇଛି। ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଯେ ସେମାନେ ଯୋଶୀଙ୍କ ପରିବାର ଏବଂ ସ୍ଥାନୀୟ ଅଧିକାରୀଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରୁଛନ୍ତି । ମୃତକଙ୍କ ବିଷୟରେ ଅଧିକ ବିବରଣୀ ନ ଦେଇ ଦୂତାବାସ କହିଛି ଯେ ଯୋଶୀଙ୍କ ମୃତଦେହକୁ ଶୀଘ୍ର ଭାରତ ପଠାଇବା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ। ଅଣ-ଲାଭ ସଂଗଠନ 'ଟିମ୍ ଏଡ୍' ଯୋଶୀଙ୍କ ମୃତଦେହକୁ ଦିଲ୍ଲୀର ସମ୍ପର୍କୀୟଙ୍କ ନିକଟକୁ ପଠାଇବାରେ ସାହାଯ୍ୟ କରୁଛି। ଯୋଶୀ ଗତ ବର୍ଷ ସ୍ନାତକ ସମାପ୍ତ କରିଥିଲେ।
ଅଧିକ ପଢନ୍ତୁ : WHO ଦେଲା ଚେତାବନୀ:ପୁଣି ଆସିବ ଏକ ମହାମାରୀ !