ପାକିସ୍ତାନ ମୁଣ୍ଡରେ ଚଡକ : ୟୁଏଇ ବାତିଲ କଲା ନିଯୁକ୍ତି ଭିସା
Khabar Odisha:UAE-Cancel-job-Visa-of-Pakistan

ନୂଆଦିଲ୍ଲୀ : କାଶ୍ମୀର ପ୍ରସଙ୍ଗରେ ୟୁଏଇ ଭାରତକୁ ସମର୍ଥନ କରୁôତବାରୁ ପାକିସ୍ତାନ ଓ ୟୁଏଇ ଭିତରେ ଦିନକୁ ଦିନ ତିକ୍ତତା ବଢିବାରେ ଲାଗିଥିଲା । ଯାହାର ପରିଣାମ ସ୍ୱରୁପ ଆଜି ସାଉଦି ଆରବ ପାକିସ୍ତାନକୁ ଏକ ବଡ ଝଟ୍‌କା ଦେଇଛି ।

ପୂର୍ବରୁ କେବଳ ପର୍ଯ୍ୟଟକ ଭିସା ବାତିଲ କରିବା କଥା କହୁଥିବା ୟୁଏଇ ବର୍ତମାନ ପାକିସ୍ତାନ ସମେତ ଆଉ ୧୩ଟି ମୁସିଲିମ୍ ଦେଶର ନିଯୁକ୍ତି ଭିସା ମଧ୍ୟ ବାତିଲ୍ କରିଛି । ଏହାର ଅର୍ଥ ହେଉଛି ଏଣିକି ଆଉ ପାକିସ୍ତାନର ଲୋକ ମାନେ ୟୁଏଇକୁ ଚାକିରୀ ପାଇଁ ଗସ୍ତ କରିପାରିବେ ନାହିଁ ।

ପ୍ରତିବର୍ଷ ଲକ୍ଷାଧିକ ଲୋକ ପାକିସ୍ତାନରୁ ୟୁଏଇ ଯାଇଥାନ୍ତି ଚାକିରୀ କରିବା ପାଇଁ । ଏଥିସହିତ ବର୍ତମାନ ୟୁଏଇରେ ଏକ ବଡ ଅଂଶ ପାକିସ୍ତାନୀ ଶ୍ରମିକ ଅଛନ୍ତି । ଯେଉଁମାନେ କି ୟୁଏଇରୁ ଟଙ୍କା ରୋଜଗାର କରି ନିଜ ଘର ଚଳାଇଥାନ୍ତି । ବର୍ତମାନ କିନ୍ତୁ ୟୁଏଇ ପାକିସ୍ତାନ ସମେତ ୧୩ଟି ଦେଶର ନିଯୁକ୍ତି ଭିସା ବାତିଲ୍ କରିବା ପରେ ପାକିସ୍ତାନ ମୁଣ୍ଡରେ ଚଡକ ପଡିଛି ।

ଏମିତିତ ଆର୍ଥକ ଅନ୍ନଟନ ଦେଇ ଗତି କରୁଛି ପାକିସ୍ତାନ ତା ଉପରେ ପୁଣି ଶକ୍ତିଶାଳୀ ଦେଶ ଗୁଡିର ଏଭଳି ନିଷ୍ପତି ପାକିସ୍ତାନ ପାଇଁ ବୋଝ ଉପରେ ନଳିତା ବିଡା ଭଳି ହୋଇଛି । ପାକିସ୍ତାନ ଓ ସାଉଦି ଆରବର କାଶ୍ମୀର ପ୍ରସଙ୍ଗକୁ ନେଇ ତିକ୍ତତାର ଏଭଳି ଫଳ ନିଶ୍ଚିତ ଭାବରେ ଆଗକୁ ପାକିସ୍ତାନ ଅର୍ଥନୀତିରେ ଏକ ବଡ ପ୍ରଭାବ ପକାଇବ ।

  • Tags:

Subscribe

National International State Sports Entertainment